ଭୂବନେଶ୍ୱର,୦୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର ଆଉ ୬ଟି ଥାନାକୁ ସୁଦୃଢ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପୋଲିସ ଡିଜି ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ ଥାନାରେ ଅନେକ ପଦପଦବୀ ଖାଲି ପଡିଥିବା ଫଳରେ ପୋଲିସକୁ ଅପରାଧମାନଙ୍କୁ ନିୟନ୍ତ୍ରଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ବିଭିନ୍ନ ଥାନାରେ ଏହି ପୋଲିସ ପଦବୀ ପୁରଣ କରିବା ପାଇଁ ବହୁ ପୁର୍ବରୁ ହୋଇ ଆସୁଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ମଞ୍ଜୁରୀ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୨୦ ପୋଲିସ ଷ୍ଟେସନ ପାଇଁ ୯୦୫ ପଦବୀକୁ ଓ ୬ ଆଉଟପୋଷ୍ଟକୁ ମଞ୍ଜୁରି ମିଳିଛି ଏହା ସହିତ ୬ଟି ଆଉଟ ପୋଷ୍ଟକୁ ଅଧିକ ମଜବୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି। ତେଣୁ ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା , ଭଞ୍ଜନଗର, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନାର ପରୀସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ।