ଖଲିଙ୍ଗୀ ପଞ୍ଚାୟତ ସ୍ବାବ ସଂଗ୍ରହ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ଉପଜିଲ୍ଲାପାଳ ।

0
142

 

ବ୍ରହ୍ମପୁର, ୦୭/୦୮/୨୦୨୦:
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତରେ ଆଜି ଶ୍ୱାବ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଅଚାନକ ଗସ୍ତ କରି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସ୍ୱାବ କେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ,ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କ ସହଯୋଗିତାରେ ସ୍ୱାବ ସଂଗ୍ରହରେ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବା ସହିତ କରୋନା ବିପକ୍ଷ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିବା ପ୍ରକାଶ କରିଛନ୍ତି ।
ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ବ୍ଲକ ସ୍ତରୀୟ କୋଭିଡ୍ – ୧୯ ପରିଚାଳନାରେ ସମନ୍ୱୟ ଭାବ ସହିତ ପ୍ରକ୍ରିୟା ଅଗ୍ରଗତି କରିଥିବାରୁ ଜନ ସାଧାରଣ ମହାମାରୀ କରୋନା ସଂକ୍ରମଣକୁ ଭୟ ନକରି ସାମାଜିକ ଦୂରତା , ମାଷ୍କ୍ ବ୍ୟବହାର , ସାବୁନରେ ବାରମ୍ବାର ହାତାଧୁଆକୁ ଗୁରୁତ୍ୱାରୋପ କରିଥିଲେ ।ଦରକାର ନଥାଇ ବାହାରେ ବୁଲିବାକୁ ବାରଣ କରାଯିବା ସହିତ ପଞ୍ଚାୟତର ସମସ୍ତ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିବିଶେଷ ଏହି ସମୟରେ ନିଜକୁ ସ୍ୱାବ ସଂଗ୍ରହ କେନ୍ଦ୍ରରେ ପରୀକ୍ଷା କରାଇ ସ୍ୱାବ ପ୍ରଦାନ କରିବାକୁ ଅନୁପ୍ରାଣିତ କରିଥିଲେ । ଖଲିଙ୍ଗୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଟିତ ଆଜିର ଏହି କାର୍ଯ୍ୟକ୍ରମରେ ଆଶାନୁରୂପ ଅଞ୍ଚଳବାସୀ ନିଜକୁ କରୋନା ପରୀକ୍ଷଣ କରାଇବାକୁ ମଷ୍କ ପିନ୍ଧି ,ସାମାଜିକ ଦୂରତା ରକ୍ଷାସହ ପ୍ରତୀକ୍ଷା କରିଥିବାରୁ ଅଞ୍ଚଳ ବୁଦ୍ଧିଜୀବୀ ଓ ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତଙ୍କ ସହଯୋଗିତା ନେଇ ସାଧୁବାଦ ପ୍ରଦାନ କରିଥିଲେ ।

ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here