ସୁନାମୀ ପ୍ରସ୍ତୁତିରେ ଗଞ୍ଜାମ ଜିଲ୍ଲା ଆଉ ଏକ ମାଇଲ୍ ଖୁଣ୍ଟ ଭେଙ୍କଟରାୟପୁର ଗ୍ରାମକୁ ୟୁନିସ୍କୋ ମାନ୍ୟତା

0
169

 

ଛତ୍ରପୁର,୦୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କରୋନା ମହାମାରୀର ପ୍ରାଦୁର୍ଭାବକୁ ଆଖି ଆଗରେ ରଖି ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ Indian National Centre for Ocean Information Services (INCOIS,MOES) Ministry of Earth Science, Govt of India, Indian Ocean Tsunami Warning & Mitigation System (IOTWMS), Jakarta, Indonesia and Indian Ocean Tsunami Information Centre (IOTIC) of the Inter Governmental Oceanographic Commission (IOC) of the UNISCO ଭେଙ୍କଟରାୟପୁର (ବକ୍ସିପଲ୍ଲୀ) ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ୟୁନିସ୍କୋ-ଆଇ.ଓ.ସି. (Inter Governmental Ocean Graphic Commission) ଦ୍ବାରା ସୁନାମୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର କମ୍ୟୁନିଟି ସଂପାଦକ କେ.ଆପ୍ପା ରାଓ ଏବଂ କମ୍ୟୁନିଟି ଲିଡର୍ ଡି. ପଦ୍ମନାଭମ୍ ଙ୍କୁ ୟୁନିସ୍କୋ-ଆଇ.ଓ.ସି. ତରଫରୁ ମାନପତ୍ର ଓ କମ୍ୟୁନିଟି ର ପୁରସ୍କାରଟି ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଦାନ କରିବା ସହ କମ୍ୟୁନିଟିକୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ସଚ୍ଚିବ ଏମ୍. ରାଜିବନ୍, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ, ନୂଆଦିଲ୍ଲୀ ସଦସ୍ୟ ସଚ୍ଚିବ ଜି. ଭି.ଭି.ଶର୍ମା, ଓସଡମାର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ସାଧାରଣ ପରିଚାଳକ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଏହି ମାନପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରିଥିଲେ ।
ଭେଙ୍କଟରାୟପୁର ଗ୍ରାମକୁ ଦେଶରେ ପ୍ରଥମ କରି ସୁନାମୀ ପ୍ରସ୍ତୁତ (Tsunami Ready) ଗ୍ରାମ ଭାବେ ଘୋଷଣା କରାଯାଇଛି । ଗତ ଡିସେମ୍ବର ମାସ ୧୩ ତାରିଖ ଦିନ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରୀୟ ପ୍ରତିନିଧି ଗଣ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସର୍ବେକ୍ଷଣ କରିଥିଳେ । ସମୁଦ୍ରକୂଳ ସ୍ଥିତ ଭେଙ୍କଟରାୟପୁର ଗ୍ରାମବାସୀଗଣ ଯଦି ସୁନାମୀ ଆସେ ତେବେ ସେମାନେ କେତେଦୂର ପ୍ରସ୍ତୁତ ତାହା ପରୀକ୍ଷଣ କରିଥିଲେ । ଗ୍ରାମବାସୀ କିଭଳି ଯୋଜନା କରିଛନ୍ତି ଏବଂ କିଭଳି ଗ୍ରାମ୍ୟ ଲୋକଙ୍କୁ ସଚେତନତା ବାର୍ତ୍ତା ଦ୍ବାରା ଜାଗରଣ କରିଥିଲେ, ତାହା ଯାଂଚ୍ କରିବା ସହ ଗ୍ରାମ୍ୟ ଲୋକେ କିଭଳି ନିଜ ବହୁମୂଲ୍ୟ ଜୀବନକୁ ବଞ୍ଚାଇବା କ୍ଷେତ୍ରରେ ସେମାନେ କେତେ ପ୍ରସ୍ତୁତ ଏବଂ କେଉଁ ରାସ୍ତାଦେଇ ଉଚ୍ଚ ସ୍ଥାନକୁ ଯିବେ ତାହା ପରଖି ଥିଲେ । ଭାରତ ମହାସାଗର ଅଞ୍ଚଳରେ ଥିବା ୫୦ ଟି ଦେଶ ମଧ୍ୟରେ ଭାରତ ଓ ଭାରତ ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବରେ ଏହି ମାନ୍ୟତା ଲାଭ କରିଛି ।
ଗଞ୍ଜାମ ଜିଲ୍ଲା ବାତ୍ୟା ହେଉ କିମ୍ବା ବନ୍ୟା ହେଉ ତାକୁ ସଫଳତାର ସହ ମୁକାବିଲା କରି ଆସିଛି । ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଲୋକଙ୍କ ଜନଜୀବନ ସୁରକ୍ଷା ଦିଗରେ ପୂର୍ବ ପ୍ରସ୍ତୁତି ହିଁ ଏକମାତ୍ର ଆଧାର । ରଙ୍ଗେଇଲୁଣ୍ଡା ବ୍ଲକ୍ ର ଭେଙ୍କଟରାୟପୁର ଗ୍ରାମର ଏହି ସଫଳତା ପାଇଁ ଆଜି ଗଞ୍ଜାମ ଗର୍ବିତ । ଗୋଷ୍ଠୀଗତ ସଚେତନତା ଦ୍ବାରା ଯେ କୌଣସି ବିପର୍ଯ୍ୟୟର ମୁକାବିଲା କରିପାରିବା । ସୁନାମୀ କୁ ନେଇ ଭେଙ୍କଟରାୟପୁର ଗ୍ରାମବାସୀଙ୍କ ଜ୍ଞାନବୃଦ୍ଧି ଘଟିଛି । ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଜିଲ୍ଲାପାଇଁ କୀର୍ତ୍ତି ଅର୍ଜନ କରିପାରିଛନ୍ତି । ଏଥିଯୋଗୁଁ ଗ୍ରାମବାସୀ ଗର୍ବିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଜିଲ୍ଲା ସ୍ତରୀୟ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବକ୍ସିପଲ୍ଲୀ ସରପଞ୍ଚ ଡି. ଜ୍ୟୋତି, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here