ଗଙ୍ଗାଧର ମେହର,ନୀଳକଣ୍ଠ ଦାସ ଜୟନ୍ତୀ ଓ ଅଭିନେତ୍ରୀ ଜୋସ୍ନା ଦାଶଙ୍କ ବିୟୋଗରେ ଶୋକ ।

0
330

 

ବ୍ରହ୍ମପୁର,୦୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ମହେନ୍ଦ୍ର କଳା ସାହିତ୍ଯ ସଂସଦର ରାମହରି ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ସ୍ୱଭାବ କବି ଗଙ୍ଗାଧର ମେହର ଙ୍କ୧୫୮ତମ ଜୟନ୍ତୀ ଓ ପଣ୍ଡିତ ନୀଳକଣ୍ଠ ଦାଶ ଙ୍କ ୧୩୭ ତମ ଜୟନ୍ତି ଶିକ୍ଷାବିତ୍ କହ୍ନେଇ କୁମାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।କୋଭିଟ କଟକଣା ମାନି ସଂପାଦିକା ଜୋସ୍ନା ପଣ୍ଡା ଙ୍କ ଆହ୍ୱାନରେ ଶିଶୁକବି ଆଂଶିକ ପ୍ରିୟଦର୍ଶୀ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ଵଳିତ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଦିବଂଗତ ବରିଷ୍ଠ ଅଭିନେତ୍ରୀ ଜୋସ୍ନା ଦାସ,ଦିବଂଗତ କବି ବାସୁଦେବ ନାହାକ ଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରି ଆତ୍ମାର ସଦଗତି କାମନା କରାଯାଇଥିଲା।ଅନ୍ ଲାଇନ୍ ମାଧ୍ୟମରେ ଅଧ୍ଯାପକ କୃଷ୍ଣ ଚନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି,ବାସନ୍ତୀ ମହାପାତ୍ର, ନିବେଦିତା ପଣ୍ଡା, ପିଣ୍ଟୁ ମହାକୁଂଡ,ଉମାଶଙ୍କର ମହାପାତ୍ର,ବିଶ୍ୱନାଥ ବ୍ରହ୍ମା,ଦୀନବନ୍ଧୁ ଶ୍ରୀ ପଲ୍ଲବ, ପୁଷ୍ପାଞ୍ଜଳୀ ପଟ୍ଟନାୟକ ବନ୍ଦନା ମହାପାତ୍ର, ପ୍ରମିତା ପଣ୍ଡା,ବିଶ୍ୱନାଥ ପଣ୍ଡା ଡ,ରବିନାରାୟଣ ପଣ୍ଡା, ମନୋଜ ପାଢି ଓ ଅନ୍ଯ ସାହିତ୍ୟିକ ମାନେ ବକ୍ତବ୍ଯ ରଖିଥିଲେ।ସେହିପରି କୋଭିଟ ଯୋଦ୍ଧା ଙ୍କ ସମ୍ମନାର୍ଥେ ନିରବ ପ୍ରାର୍ଥନା କରାଯାଇଥିଲା ।ପରିଶେଷରେ ଡ,ନିବେଦିତାପଣ୍ଡା ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here