ଗଞ୍ଜାମ ଜିଲ୍ଲାବିଜେପି ପକ୍ଷରୁ କ୍ରାନ୍ତି ଦିବସ ପାଳନ ।

0
150

 

ବ୍ରହ୍ମପୁର,୦୯/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ହେଉଛି ଅଗଷ୍ଟ ୯ ତାରିଖ କୋଟି କୋଟି ଭାରତୀୟଙ୍କର ପରିଚୟର ଦିନ । ମନେପଡେ ସେହି ୧୯୪୨ମସିହା ଅଗଷ୍ଟ ୯ତାରିଖ । ମହାତ୍ମା ଗାନ୍ଧୀ ଙ୍କ ନେତୃତରେ ପ୍ରଥମକରି ଇଂରେଜ ମାନଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ର ଡାକରା ଦିଆଯାଇଥିଲା ଆଉ ଯେଉଁଥିପାଇଁ ଆଜି ଆମେ ସ୍ୱାଧୀନ ଭାରତର ଜଣେ ଜଣେ ନାଗରିକ କିନ୍ତୁ ଦୁଃଖର ବିଷୟ ମହାମାରୀ କରୋନା ପାଇଁ ଏହି ଦିନ ଟିକୁ ମହାଆଡ଼ମ୍ବରରେ ପାଳନ ନ କରାଗଲେ ମଧ୍ୟ ଭୁଲି ନାହୁଁ ଆମେ ଆମ ଭାରତ ଛାଡ଼ ଆନ୍ଦୋଳନ ର କର୍ଣ୍ଣଧାର, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଜ୍ୟପାଦ କୁ ସ୍ମରଣ କରିବା । ଯାହାଙ୍କ ପାଇଁ ଆମେ ଆଜି ଭାରତୀୟ ବୋଲି ଗର୍ବ କରୁଛେ । ସେହି ମହାନ ଆତ୍ମାଙ୍କ କରକମଳରେ ଆଜିର ଦିନକୁ ଉସର୍ଗିକିତ କରି, ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ତତ୍ୱାଧନରେ ଯୁବମୋର୍ଚ୍ଚl ସଭାପତି ସିଦ୍ଧାର୍ଥ ଗଙ୍ଗ ଦେବ ଙ୍କ ନେତୃତ୍ୱରେ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରାଯାଇଛି । ସମସ୍ତ କୋଭିଡ ନିୟମର ପାଳନ କରି,ସାମାଜିକ ଦୂରତ୍ୱ କୁ ଅବଲମ୍ବନ କରି ଏହି ଶୁଭ ମୁହୂର୍ତ୍ତର ସ୍ମୁତି ଚାରଣ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି କାହ୍ନୁ ଚରଣ ପତି,ରାମ ପାତ୍ର, କିରଣ ସାହୁ, ଏନ ରାଜେନ୍ଦ୍ର କୁମାର ଙ୍କ ସହ ବିଜେପିର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here