ପନିପରିବା ବିକାଳୀ ଓ ଫେରୀବାଲାଙ୍କର କରୋନା ଟେଷ୍ଟ କରାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

0
116

 

ନୂଆଦିଲ୍ଲୀ,୦୯/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଦେଶରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି | ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଦୋକାନମାନଙ୍କରେ କାମ କରୁଥିବା, ପନିପରିବା ବିକାଳୀ ଓ ଫେରୀଵାଲାମାନଙ୍କର କରୋନା ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି | ମନ୍ତ୍ରାଳୟ କହିବାନୁଯାୟୀ, ଏମାନଙ୍କ ଯାଞ୍ଚ ଦ୍ୱାରା ସଂକ୍ରମଣ ମାମଲା ଶୀଘ୍ର ଚିହ୍ନଟ କରିହେବ ଏବଂ ଏହାଦ୍ୱାରା ମୃତ୍ୟୁହାର ମଧ୍ୟ ହ୍ରାସ କରାଯାଇପାରିବ |
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ଅକ୍ସିଜେନ ସୁବିଧା ଓ ତୁରନ୍ତ ପ୍ରତିକ୍ରିୟା ପ୍ରଣାଳୀଯୁକ୍ତ ଆମ୍ବୁଲାଏନ୍ସ ପରିବହନ ତନ୍ତ୍ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି | ଦେଶର ନୂଆ ଅଞ୍ଚଳରେ ମଧ୍ୟ କୋଭିଡ-୧୯ ମହାମାରୀ ବିସ୍ତାର କରୁଥିବା ଦେଖି ରାଜେଶ ଭୂଷଣ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଜିଲ୍ଲାରେ ସଂକ୍ରମିତ ବ୍ୟକ୍ତି ଥାଇପାରନ୍ତି | ଅଥବା ଗୋଟିଏ ସ୍ଥାନରେ କିଛି ମାମଲା ଥାଇପାରେ କିମ୍ବା ଏହିସବୁ ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହୋଇପାରନ୍ତି | ସେଥିପାଇଁ ଏହିସବୁ ଅଞ୍ଚଳରେ ମହାମାରୀ ନିୟନ୍ତ୍ରଣ କରିବା ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା କରିବା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ | ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ରାଜେଶ ଭୂଷଣ କହିଛନ୍ତି ଯେ, ଏହି ସମ୍ବନ୍ଧରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ ପଦକ୍ଷେପ ନେଇଛି | ତଥାପି ମୃତ୍ୟୁହାର ଯେପରି ଗୋଟିଏ ପ୍ରତିଶତରୁ ଅଧିକ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ତାହା ହିଁ ଆମର ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି | ଅଧିକ ରୁ ଅଧିକ ଯାଞ୍ଚ ଦ୍ୱାରା ସଂକ୍ରମଣ ମାମଲା ଶୀଘ୍ର ସାମ୍ନାକୁ ଆସିବ ଏବଂ ଶୀଘ୍ର ପୀଡିତଙ୍କୁ କ୍ଵାରେଣ୍ଟାଇନ କରାଯାଇପାରିବ ବୋଲି ସେ କହିଛନ୍ତି | ଏହାଦ୍ୱାରା ମାମଲା ଗମ୍ଭୀର ହେବା ପୂର୍ବରୁ ଉପଚାର କରାଯାଇପାରିବ |
ଇନଫ୍ଲୁଏଞ୍ଜା କିମ୍ବା ଶ୍ୱାସନ ସମ୍ବନ୍ଧୀୟ ରୋଗର ଲକ୍ଷଣ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେ ଜୋର ଦେଇ କହିଛନ୍ତି | କାରଣ ଏହିସବୁ ଲକ୍ଷଣ କରୋନା ଭାଇରସର ମଧ୍ୟ ହୋଇପାରେ | ସେ କହିଛନ୍ତି ଯେ, ସଂକ୍ରମିତ ରୋଗୀଙ୍କ ଚିହ୍ନଟ କରିବାର ୭୨ ଘଣ୍ଟା ଭିତରେ ରୋଗୀଙ୍କ ସମ୍ପର୍କରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କ ଯାଞ୍ଚ ଲଗାଇ ସେମାନଙ୍କ ପରିକ୍ଷା କରିବାକୁ ହେବ | ଜଣେ ବ୍ୟକ୍ତି ମଧ୍ୟରେ ଲକ୍ଷଣ ଦେଖାଦେବା ପୂର୍ବରୁ ସେ ପାଖାପାଖି ୩୦ ଜଣଙ୍କ ସମ୍ପର୍କରେ ଆସିଥାଏ ବୋଲି ସେ କହିଛନ୍ତି |

LEAVE A REPLY

Please enter your comment!
Please enter your name here