ପୋଖରୀରେ ବୁଡି ନାବାଳକ ମୃତ

0
140

 

ଗଞ୍ଜାମ,୧୧/୦୮/୨୦୨୦ (ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ସାଢ଼େ ଆଠ ଟା ସମୟରେ ଲଛିପୁର ଗ୍ରାମର ଲକ୍ଷ୍ମୀ ପଲାଇଙ୍କ ପୁଅ ବାବୁ ପଲାଇ ଗ୍ରାମରେ ଥିବା ପୋଖରୀରିକୁ ଦୁଇଜଣ ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ ଗାଧୋଇବା ସମୟରେ ଗୋଡ଼ଖସି ପାଣିରେ ପଡିଯାଇଥିଲେ ଯାଦ୍ୱାରା ଗଭୀର ଖାଲ ଭିତରକୁ ଚାଲିଯାଇଥିଲେ ବାବୁ । ଦୁଇଜଣ ପିଲା ବାବୁଙ୍କ ଘରେ ଖବର ଦେବାପରେ ମା ସୁମିତ୍ରା ପଲାଇ ଏବଂ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ନିର୍ଦ୍ଧେଶ କ୍ରମେ ଏସ୍ ଆଇ ମହେଶ୍ୱର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଏକ ଅପମୃତ୍ୟ ମାମଲା କେସ ନଂ- ୧୮/୨୦୨୦ ରୁଜୁ କରିଛନ୍ତି। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here