କୋଦଳା ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
221

 

ଗଞ୍ଜାମ,୧୨/୦୮/୨୦୨୦ (ଟୁକୁନା ପ୍ରଧାନ)-: ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ତଥା ଯୁବ ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁ, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ ,ବେଗୁନିଆପଡା ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ରକ୍ତ ସଂଗ୍ରହ ଭ୍ଯାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମକର୍ତ୍ତା ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ l ଏହି ଶିବିରରେ ମୋଟ ୩୫ ଜଣ ରକ୍ତଦାନ କରିଥିଲେ l ଏଥିରେ ବହୁ ସରପଞ୍ଚ ଓ ସମିତି ସଭ୍ୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here