କୁକୁଡାଖଣ୍ଡି ରେ ସ୍ୱାଧୀନତା ଦିବସ ପାଳିତ

0
176

ବାଲିପଡ଼ା,୧୬/୦୮/୨୦୨୦:କୁକୁଡାଖଣ୍ଡି ବ୍ଲକରେ ଚଳିତବର୍ଷ କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣି ସମେତ ସରକାରୀ ଦିବସ ଗୁଡିକ ଜନସାଧାରଣ ପାଳନ କରିବା ପାଇଁ କରୋନା ଯୋଗୁଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି l ଏହି କାର୍ଯ୍ୟକ୍ରମ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ସାମାଜିକ ଦୂରତା ପାଳନ ସହ ମାସ୍କ ବ୍ୟବହାର କରି କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ବିଡ଼ିଓ ଗଦାଧର ପାତ୍ର ପତାକା ଉତ୍ତଳୋନ କରିଥିଲେ I ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ଲକ ଉପାଧଷା ଲଷ୍ମୀପ୍ରିୟା ସାହୁ,ଏଇ.ସୁଜିତ ତହଲଙ୍କ ସହ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ସେଭଳି ତହସିଲ କାର୍ଯ୍ୟାଳୟ ରେ କର୍ମଚାରୀ ଙ୍କ ଉପସ୍ଥିତ ରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇଛି I ଅନ୍ୟପକ୍ଷରେ ବିଭିନ୍ନ ବିଦ୍ୟାଳୟ ଓ କଲେଜ ଗୁଡ଼ିକ ସମେତ ସଦର ଥାନା ପରିସରରେ ଥାନା ଅଧିକାରୀ ସନ୍ତୋଷିନୀ ଓରାମ ପତାକା ଉତ୍ତାଳନ କରିଥିଲେ I ଅନ୍ୟପକ୍ଷରେ ବାଲିପଡ଼ା ଘଟିପାରି ଉଚ୍ଚ ବିଦ୍ୟାଳୟ ପରିସରରେ ସମିତି ସଭ୍ୟ ନିରଞ୍ଜନ ମହାନ୍ତି ପତାକା ଉତ୍ତଳନ କରିଛନ୍ତି I ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଉମା ଶଙ୍କର ସାମଲ, ସଞ୍ଜୟ କୁମାର ପାଣିଗ୍ରାହୀ, ଏଏସଆଇ ସୁରେଶ ସାହୁ,ବିନୀତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here