ଅଗଷ୍ଟ ୧୯ ତାରିଖ ୧୧ଟା ୩୦ରେ ପ୍ରକାଶ ପାଇବ +2 ବାଣିଜ୍ୟ ଫଳ।

0
137

 

ଭୂବନେଶ୍ୱର,୧୭/୦୮/୨୦୨୦: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ସାମ୍ବାଦିକ ସମ୍ମିଳନୀ ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ମାସ ୩ ତାରିଖ ରେ ଆରମ୍ଭ ହୋଇଥିବା +୨ ବାଣିଜ୍ଯ ପରିକ୍ଷା ରେ ରାଜ୍ଯ ୧୧୪୩ ପରିକ୍ଷା କେନ୍ଦ୍ର ରେ ୨୫,୦୦୦ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ। ସେହିପରି ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ।ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ରେ +୨ ବିଜ୍ଞାନ ପରିକ୍ଷା ଫଳ ପ୍ରକାଶ ପାଇସାରିଛି।ଏହା ସହ  ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ସୁଚନା ଦେଇଛନ୍ତି।

ରିପୋର୍ଟ: ସ୍ନିଧା ସାହୁ

LEAVE A REPLY

Please enter your comment!
Please enter your name here