ଗଜପତି ଜିଲ୍ଲାରେ ଏହି ବର୍ଷ ବନ୍ଦ ହେବ ଗଣେଶ ପୂଜା

0
158

 

ପାରଳାଖେମୁଣ୍ଡି,୧୭/୦୮/୨୦୨୦(ପ୍ରଭାତ କୁମାର ପାତ୍ର )ସାରା ବିଶ୍ବ କୋରୋନା ମହାମାରୀକୁ ନେଇ ଆତଙ୍କିତ ଥିବା ବେଳେ ଏହି ସଂକ୍ରମଣକୁ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ କୋରୋନା ସଂକ୍ରମଣକୁ ରୋକିବାକୁ ପୂଜା ପର୍ବରେ ମଧ୍ୟ କଟକଣା ଲାଗୁ ହୋଇଛି । ଚଳିତ ବର୍ଷ ଗଜପତି ଜିଲ୍ଲାରେ କୌଣସି ଗାଁରେ କିମ୍ବା ସହରର ସାହି ଏବଂ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା କରିପାରିବେନି ସ୍ଥାନୀୟ ବାସିନ୍ଦା । ଏନେଇ ଏକ ନିର୍ଦ୍ଦେଶନାମା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ବର୍ତ୍ତମାନ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ନିୟମ ଲାଗୁ ହୋଇଛି।
ଆସନ୍ତା ଶନିବାର ଗଣେଶ ପୂଜା ହେବାକୁ ଥିବାବେଳେ ଲୋକମାନେ କେବଳ ନିଜ ଘରେ ପୂଜା କରିପାରିବେ । ଏଥିପାଇଁ ଅଯଥାରେ ପୂଜା ବଜାରରେ ଭିଡ ନକରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା।

LEAVE A REPLY

Please enter your comment!
Please enter your name here