ଭତ୍ତା ଓ ପ୍ରୋତ୍ସାହନ ରାଶି ବଣ୍ଟନରେ ଅବ୍ୟବସ୍ଥା ନେଇ ବିଡ଼ିଓଙ୍କୁ ଅଭିଯୋଗ କଲେ କାଦୁଆ ପଞ୍ଚାୟତ ହିତାଧିକାରୀ

0
359

 

ଜଗନ୍ନାଥ ପ୍ରସାଦ, ୧୯/୦୮/୨୦୨୦: ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ବରସାହି ୧ ନମ୍ବର ୱାର୍ଡର ବିଧବା , ବୃଦ୍ଧ , ବୃଦ୍ଧା , ତଥା ଭିନ୍ନକ୍ଷମଙ୍କ ପାଇଁ ଥିବା ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଅଛି । କରୋନା ପ୍ରବଣ ଜିଲ୍ଲା ଗଞ୍ଜାମରେ ସାଧାରଣ ଜନତାଙ୍କ ସରକାରୀ କଟକଣା ଜନିତ ତାଡ଼ନାରେ ସଢ଼ୁଥିବା ବେଳେ ଜଗନ୍ନାଥ ପ୍ରସାଦ ବ୍ଲକ୍ କାଦୁଆ ପଞ୍ଚାୟତରେ ନିସହାୟ ବୃଦ୍ଧ , ବୃଦ୍ଧା , ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ବାର୍ଦ୍ଧକ୍ୟ ଭତା ଏବଂ କରୋନା ପ୍ରୋତ୍ସାହନ ରାଶି ପ୍ରଦାନ ବେଳେ ଭତା ବାବଦକୁ ଥିବା ଟ ୫୦୦ /- ଏବଂ ପ୍ରୋତ୍ସାହନ ରାଶି ଟ ୧୦୦୦/- ଅର୍ଥ ବଣ୍ଟନରେ କାଦୁଆ ପଞ୍ଚାୟତରେ ଅଭାବନିୟ ସ୍ଥିତି ସୃଷ୍ଟି ହୋଇଅଛି । ଏ ସମନ୍ଦ୍ଧରେ ଜନସାଧାରଣ ଅଭିଯୋଗ ପ୍ରକାରେ ଭତା ପ୍ରଦାନ କରୁଥିବା ସରକାରୀ କର୍ମଚାରୀ ଆଧାର କାର୍ଡ, ବ୍ୟାଙ୍କ ପାସ୍ ବହିର ନକଲ ଦାଖଲ ନ ହୋଇଥିବାରୁ ପ୍ରାପ୍ୟ ପ୍ରଦାନ ହେଉନଥିବା ଦର୍ଶାଇଛନ୍ତି । ସ୍ଥାନୀୟ ଭତ୍ତା ହିତାଧିକାରୀ ପୂର୍ବ ଦିନରେ ଏସବୁ ପଞ୍ଚାୟତରେ ଦାଖଲ କରିଥିଲେ ମଧ୍ୟ ଏହି ସ୍ଥିତିକୁ ନେଇ ବିଚଳିତ ଥିବା ଜଣାଯାଇଛି । ପଞ୍ଚାୟତ କର୍ମଚାରୀଙ୍କ ସାଧାରଣ ହିତାଧିକାରୀଙ୍କୁ ଉପେକ୍ଷା ନେଇ ସମସ୍ତ ହିତାଧିକାରୀ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।ବିଡ଼ିଓ ଶ୍ରୀ ସୁରେଶ୍ ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ଅଭିଯୋଗ ପ୍ରଦାନ କରିଛନ୍ତି । ଅଭିଯୋଗ ସମନ୍ଧରେ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରାଯିବା ସହ ଭତ୍ତା ଓ ପ୍ରୋତ୍ସାହନ ରାଶି ବଣ୍ଟନ କରାଯିବାକୁ ବୁଝାସୁଝା କରିଥିଲେ ।

ରିପୋର୍ଟ: ସରୋଜ କୁମାର ପ୍ରଧାନ

LEAVE A REPLY

Please enter your comment!
Please enter your name here