ଶେରଗଡ,୩୧/୦୮/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି)ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ରେ ୟୂରିଆ ସାର ର ଘୋର ଅଭାବ ଦେଖାଯାଇଛି ।ବର୍ତ୍ତମାନ ଚାଷୀ ଜମି ରେ ଧାନଗଛ ରୋଇ ସାରିଛନ୍ତି ଓ ଆଉ କେତେକ ବି ରୁଆ କାମଚଳାଇଛନ୍ତି।ଏହି ସମୟରେ ୟୂରିଆ ସାର ର ବିଶେଷ ଆବଶ୍ୟକତା ରହିଛି ।ତେବେ ଏହି ଅଂଚଳରେ ଚାଷୀ ସାର ନପାଇ ଭାଁଭାଁ ହୋଇ ବୁଲୁଛନ୍ତି ।ଡିଲର ମାନେ ସାର ପାଖରେ ନାହିଁ କହି ଫେରାଉଛନ୍ତି।ସାର ବସ୍ତା ପିଛା ଦର୨୭୦ ଟଙ୍କା ଥିଲା ବେଳେ କଳାବଜାର ରେ ୫୭୦ଟଙ୍କା ରେ ବିକ୍ରି ହେଉଛି ।ପିତ୍ତଳ ଅଂଚଳରେ ସେବା ସମବାୟ ସମିତି ସାର ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ବିକ୍ରି କରୁଥିଲେ ମଧ୍ୟ ସମିତି କୁ ପର୍ଯ୍ଯାପ୍ତ ପରିମାଣରେ ସାର ଆସୁନଥିବାରୁ ଚାଷୀମାନେ ହଟହଟା ର ସମ୍ମୁଖୀନ ହେଉଛନ୍ତି ।ଫଳରେ ସମିତି ସଂପାଦିକ ଓ କର୍ମଚାରୀ ମାନେ ଚାଷୀ ଙ୍କ ଦ୍ୱାରା ରୋଷ ର ଶୀକାର ହେଉଛନ୍ତି ।ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପିତ୍ତଳ ସେବା ସମବାୟ ସମିତି ମାଧ୍ଯମ ରେ ଚାଷୀ ଙ୍କୁ ଆବଶ୍ୟକୀୟ ସାର ଯୋଗାଇ ଦେବାକୁ ଦାବି ହେଉଛି ।