୧୬୨ତମ ଦିବସରେ କରୋନା ସଚେତନତା ସହ ସପ୍ତମ ଦିବସରେ ପହଁଚିଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0
243

ଯାଜପୁର,୩୧/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଗୋଟିଏ ପଟରେ ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବହୁ ପଦକ୍ଷେପ ନିଆଯାଉଥିବା ବେଳେ ଆରପଟେ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳମାନଙ୍କରେ ବନ୍ୟାର ତାଣ୍ଡବଲୀଳା ଛଡ଼ାଇନେଇଛି ମଣିଷର ଜୀବନ ଜୀବିକା ସବୁକିଛି।ଗୋଟିଏ ପକ୍ଷରେ ସଚେତନତା ଏକ ନିରସ୍ତ୍ର ସୈନିକର ଆୟୁଧ ସାଜିଥିବାବେଳେ ଅପର ପକ୍ଷରେ ମଣିଷ ଜାରି ରଖିଛି ତା’ର ଜୀବନ ଜୀବିକା ପାଇଁ ଅନବରତ ସଂଗ୍ରାମ ଟିକକ।ଉଭୟ ସଚେତନତା ଓ ରିଲିଫ ସାମଗ୍ରୀର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୬୨ଦିନ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ଜାରିରଖିଥିବା ବେଳେ ଆଜି ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଦୀର୍ଘ ୭ଦିନ ଧରି ଏହି ସଂଗଠନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳମାନଙ୍କରେ ବଜାୟ ରଖିଛି ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲ୍ଲାର ଜାଫରପୁର,କେନ୍ଦୁଆକୂଳ, ତଳସାହି,ସାନକୁଆଁଲ,ବଡ଼ କୁଆଁଲ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ସ୍ଵତନ୍ତ୍ର ଭାବେ ରିଲିଫ ବଣ୍ଟନ,ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ,ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଥିଲ।ଏଥିରେ ନିର୍ଦ୍ଦେଶକ ସାଧୁ ନିଲୁ ବାବା,ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଶୁଭ୍ରଜିତ ପତିହାରି,ବିଜୟ ନାୟକ, ସୁମିତ ବଳ, ମିଲୁ ବଳ, ମାନସ ମଲ୍ଲିକ, ଡମ୍ବରୁ ମଲ୍ଲିକ, ବିଜୟ ମଲ୍ଲିକ, ଧୁଶାଶନ ମଲ୍ଲିକ, ମନୋଜ ମଲ୍ଲିକ, ଭୋଳି ମଲ୍ଲିକ, କୈଳାସ ମଲ୍ଲିକ, ବୈଲୋଚନ ମଲ୍ଲିକ, ଅନନ୍ତ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ସଞ୍ଜୟ ମଲ୍ଲିକ, ସାନିଆ ମଲ୍ଲିକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ କେନ୍ଦୁଆକୁଳ ଯୁବକ ସଂଘର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ନିରସ୍ତ୍ର କରୋନା ଯୋଦ୍ଧାଙ୍କ ସଂଗ୍ରାମ ଜାରି ରହିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଲୋକମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିବାଯାଏ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳର ମାନଙ୍କରେ ଜାରିରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here