କୁରୁଳା ଓ ଅଲାରୀଗଡ ରେ ସ୍ୱାବ ନମୁନା ସଂଗ୍ରହ, ଏବଂ କୋଭିଟ କେୟାର କମିଟି ବୈଠକ ।

0
398

 

ଶେରଗଡ,୦୪/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବିଡିଓ ସୁରଂଜନ ସାହୁ ଆଜି କୁରୁଳା ଓ ଅଲାରୀଗଡ ଯାଇ କରୋନା ସଂକ୍ରମଣ ଚିହ୍ନଟ ନମୁନା ସଂଗ୍ରହ ପାଇଁ ଚାଲିଥିବା କାର୍ଯ୍ୟ କ୍ରମ ରେ ଯୋଗଦେଇ ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିସାରି,କୋଭିଟ କେୟାର କମିଟି କରି ସ୍ଥାନୀୟ କରୋନା ରେ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ଚଳିତ ମାସ କରୋନା ଆମ ପାଇଁ ବିପଦଜନକ ଅବସ୍ଥାରେ ରହିବ।ଏଣୁ ଆମକୁ କୋଭିଟ ନିୟମ ମାନି ଚଳିଲେ କରୋନା କୁ ହଟାଇବା ପାରିବା ବୋଲି ବିଡିଓ ବକ୍ତବ୍ଯ ଦେଇଥିଲେ।କାର୍ଯ୍ଯକ୍ରମ ରେ କୋଭିଟ କେୟାର୍ କମିଟି ସଭ୍ଯ,ଅଙ୍ଗନବାଡିକର୍ମୀ, ଆଶା ସ୍ୱାସ୍ଥ୍ୟକର୍ମୀ, ପଂଚାୟତ ପ୍ରତିନି ଧି, ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଭଦ୍ରବ୍ଯକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here