କୃଷି ଓ କୃଷକ ଙ୍କ ବହୁ ବିଧି ସମସ୍ୟା କୁ ନେଇ ବୁଗୁଡା ଓ ପୋଲସରା ତହସିଲ ଅଫିସ ଘେରିଲା ବିଜେପି

0
213

ବ୍ରହ୍ମପୁର,୦୪/୦୯/୨୦୨୦ ( ଟୁକୁନା ପ୍ରଧାନ ) – : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡା ବ୍ଲକ ଓ ଏନ୍ ଏସି ରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ୮ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ବୁଗୁଡା ଓ ପୋଲସରା ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଖୋଦ୍ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲାଉଥିବା ଗଞ୍ଜାମ ଜିଲ୍ଲାରେ କୃଷକ ମାରଣ ନୀତି ତୀବ୍ରତର ହେଉଛି । ଚାଷୀମାନଙ୍କ ଫସଲ ପାଇଁ ବର୍ତ୍ତମାନ ସାର ର ଆବଶ୍ୟକତା ରହିଛି । ରାଜ୍ୟ ସରକାର ସମୁଦ୍ରକୁ ଶଙ୍ଖେ ଭଳି ସାର ଯୋଗାଉଥିବା ବେଳେ ଜିଲ୍ଲାରେ ପ୍ରତ୍ୟେକ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଚାଷୀଙ୍କୁ ଅଧିକ ପରିମାଣରେ ସାର ଯୋଗାଅ , ବେଆଇନ ପଥର ଓ ବାଲି ଚାଲାଣ ବନ୍ଦ କରାଯାଉ,ଉଠା ଦୋକାନୀ ମାନଙ୍କୁ କ୍ଷତି ପୁରାଣ ଦିଆଯାଉ, ଭୂମିହୀନ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ, ଏଭଳି ବିଭିନ୍ନ ସମସ୍ୟା ର ୮ ଦଫା ଦାବି ନେଇ ତହସିଲ ଅଫିସ ଘେରିଲା ବିଜେପି। ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ତାହାଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଏଥିରେ ଯୁବ ନେତା ପ୍ରଭାକର ପଣ୍ଡା ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here