୧୨ଦଫା ଦାବୀ ନେଇ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେ ଦାବିପତ୍ର ପ୍ରଦାନ

0
232

ବ୍ରହ୍ମପୁର, ୦୪/୦୯/୨୦୨୦( ଟୁକୁନା ପ୍ରଧାନ ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ ଏ ସି ଓ ବ୍ଲକ ରେ ବ୍ୟାପକ ଦୁର୍ନୀତି ଓ ପ୍ରଶାସନିକ ଅରାଜକତା ଚାଲିଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବା ଦାବୀ କରି କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଙ୍କ ନେତୃତ୍ୱ ରେ ଆଜି ଶତାଧିକ କର୍ମୀ ୧୨ ଦଫା ଦାବୀ ନେଇ କବିସୂର୍ଯ୍ୟନଗର ତହସିଲଦାର ଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେ ଦାବିପତ୍ର ଦେଇଥିବା ଜଣାଯାଇଛି । ଦାବୀ ଗୁଡିକ ମଧ୍ୟରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ, ମଣ୍ଡି ରେ ବିକ୍ରି କରୁଥିବା ଚାଷୀ ଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ। ପ୍ରଧାନମନ୍ତ୍ରୀ କିସାନ ଯୋଜନା ରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୂକ୍ତ କରାଇବା, ବେଆଇନ ବାଲି ଇଟା, ପଥର ଚାଲାଣ ବନ୍ଦ କରିବା, ପ୍ରବାସୀ ଙ୍କୁ ୨୦୦୦/-ଟଙ୍କା ତୁରନ୍ତ ପ୍ରଦାନ କରିବା, କୋଭିଡ ସମୟରେ କ୍ଷତିଗ୍ରସ୍ତ ଉଠା ଦୋକାନୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ସହ, କୃଷକ ଭତା, ଭୂମିହୀନ ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ ଭଳି ୧୨ ଦଫା ଦାବୀ ନେଇ ଦାବୀ ପତ୍ର ଦେଇଥିଲେ. ଏହି ଆନ୍ଦୋଳନ ରେ ଅଶୋକ ପ୍ରଧାନ, ଦୁର୍ଯ୍ୟୋଧନ ଖଣ୍ଡୁଆଳ, ଅଶୋକ ସାହୁ, ପ୍ରହ୍ଲାଦ ସାହୁ, ଙ୍କ ସମେତ ବ୍ଲକ ଓ ଏନ୍ ଏ ସି ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here