ବ୍ରହ୍ମପୁର, ୦୫/୦୯/୨୦୨୦:
ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷାର ଫଳାଫଳ ଆଜି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଘୋଷିତ ହୋଇଅଛି । କରୋନା ସଂକ୍ରମଣ ମହାମାରୀ କାରଣରୁ ବହୁ ବିଳମ୍ବରେ ଫଳାଫଳ ଘୋଷିତ ହୋଇଥିଲେ ମଧ୍ୟ ଚଳିତ ବର୍ଷର ପରୀକ୍ଷା ଫଳାଫଳ ପୁଡ଼ାମାରି କଲେଜକୁ ପୁଣି ଉଲ୍ଲସିତ କରିଥିବା ଲକ୍ଷ କରାଯାଇଛି ।କଳା ବିଭାଗ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ର ଶ୍ରୀ ଗଣେଶ ପଣ୍ଡା ମୋଟ ୪୯୩/୬୦୦ ମାର୍କ ରଖି ୮୨ ଶତକଡ଼ା ହାରରେ ପୁଣି ସଫଳତା ଆଣିଛନ୍ତି । ନିପଟ ଗ୍ରାମାଞ୍ଚଳ ତଥା ବଣ ଜଙ୍ଗଲ ପରିବେଶ ଓ ଅଗମ୍ୟ ଅଞ୍ଚଳର ବହୁ ଶିକ୍ଷାର୍ଥୀ ଏହି କଲେଜରେ ଅଧ୍ୟୟନ କରୁଥିବାରୁ ଏହାର ପ୍ରତିଷ୍ଠାରେ ଶିକ୍ଷାର୍ଥୀଙ୍କ ସଫଳତାକୁ ଶ୍ରେୟ ଦିଆଯାଉଅଛି । ପରନ୍ତୁ ଚଳିତ ବର୍ଷର ବିଜ୍ଞାନରେ ରୋଜିରଣି ପଶୁପାଳକ ଅଂଚଳରେ ସୁନାମ ରଖିଥିଲା ବେଳେ ସମ୍ପ୍ରତି କଳା ବିଭାଗରେ ଗଣେଶ ପଣ୍ଡାଙ୍କ ସଫଳତା କଲେଜର ସୁନାମକୁ ଦ୍ଵିଗୁଣିତ କରିଅଛି ।ଚଳିତ ବର୍ଷରେ କଳା ବିଭାଗରେ ମୋଟ ୨୨୨ ଜଣ ପରୀକ୍ଷାର୍ଥୀ ଥିଲାବେଳେ ଫଳାଫଳ ପ୍ରକାରେ ୧୪ ଜଣ ପ୍ରଥମ ଶ୍ରେଣୀ , ୨୮ ଜଣ ଦ୍ବିତୀୟ ଶ୍ରେଣୀ ସହ ୭୭ ଭାଗ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ ସୂଚିତ କରାଯାଇଅଛି ।ଅଧ୍ୟାପକ ଓ ଅଧ୍ୟାପିକା ସମୂହଙ୍କ ଶୃଙ୍ଖଳିତ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନକୁ ସାଧୁବାଦ ଜଣାଇବା ସହ ଏହି ବିରଳ ସଫଳତାକୁ ଶ୍ରେୟ ଭାବେ ଗ୍ରହଣକରି ସମସ୍ତ କୃତି ଶିକ୍ଷାର୍ଥୀଙ୍କ ପ୍ରତି ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଇ ପ୍ରଦୀପ କୁମାର୍ ପାତ୍ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।