ଗଞ୍ଜାମ ରୁ ସୁରତ ଯାଉଥିବା ବସ୍ ରାୟପୁର ଠାରେ ଦୁର୍ଘଟଣା ଗ୍ରସ୍ତ, ଆଠ ମୃତ୍ୟୁ

0
328

ବ୍ରହ୍ମପୁର,୦୫/୦୯/୨୦୨୦ ( ଟୁକୁନା ପ୍ରଧାନ ) ଧୀରେ ଧୀରେ କରୋନା କବଳରୁ ଗଞ୍ଜାମ ଜିଲ୍ଲା ମୁକୁଳୁଥିବା ବେଳେ ଗାଁକୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନେ ଗ୍ରାମରେ କାମଧନ୍ଦା ନପାଇ ପୁନର୍ବାର ଏବେ କର୍ମ ମାଟିକୁ ବସ୍ ଯୋଗେ ଫେରିବା ଆରମ୍ଭ ହୋଇଯାଇଛି । ଗଲା କିଛି ଦିନ ହେବ କ୍ରମାଗତ ଭାବେ ପ୍ରବାସୀ ଓଡ଼ିଆ ମାନେ ଗଞ୍ଜାମର ବିଭିନ୍ନ ଅଞ୍ଚଳରୁ କର୍ମ ମାଟିକୁ ଫେରୁଥିବା ବେଳେ ଆଜି ଛତିଶଗଡ଼ ରାଜ୍ୟର ରାୟପୁର ନିକଟରେ ବସ୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ୦୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ସମସ୍ତଙ୍କ ଘର ବେଲଗୁଣ୍ଠା , ଗାଙ୍ଗପୁର, ବୋରି, ଛତ୍ରପୁର ଓ ଆସିକା ଅଞ୍ଚଳର ବୋଲି ଜଣାପଡିଛି । ଏହି ଦୁଖଃଦ ଖବର ଶୁଣି ସମସ୍ତ ପରିବାର ପ୍ରିୟଜନ ଓ ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇ ଥିବା ବେଳେ ସାରା ଜିଲ୍ଲା ଏବେ ସ୍ତବ୍ଧ ହୋଇଯାଇଛି । ସେହିପରି ଗାଙ୍ଗପୁର ପଞ୍ଚାୟତ ବାଘୁଆପଲ୍ଲୀ ଗ୍ରାମର ସୁଶାନ୍ତ ସ୍ବାଇଁ ଓ ବୋରୀ ଗ୍ରାମର ନାରାୟଣ ଗୁରୁ ମୃତ୍ୟୁବରଣ କରିଛନ୍ତି । ପରିବାର ଲୋକେ ଏବେ ରୋଜଗାର କ୍ଷମ ପୁତ୍ରକୁ ହରାଇ ଦୁଖଃ ରେ ବାହୁନୀ ବାହୁନୀ କାନ୍ଦୁଛନ୍ତି । ଏମାନଙ୍କ ରୋଜଗାରରେ ପରିବାର ଲୋକେ ପ୍ରତିପୋଷଣ ହେଉଥିଲେ ଏବେ କିଭଳି ଭାବେ ସେମାନେ ବଞ୍ଚିବେ ପରିବାର ସହିତ ଗାଁ ଲୋକେ ସରକାରଙ୍କ ଠାରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here