କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ପାସ୍ ହାର ଶତକଡ଼ା ୮୪ ପ୍ରତିଶତ,ଏ.ବୈଷ୍ଣବୀ ଆଚାରି କଲେଜ ଟପର୍

0
407

ବ୍ରହ୍ମପୁର,୦୬/୦୯/୨୦୨୦(ଟୁକୁନା ପ୍ରଧାନ) – : ବହୁ ଦିନର ଅପେକ୍ଷା ପରେ ଗତକାଲି ଯୁକ୍ତ ଦୁଇ କଳା ଫଳାଫଳ ପ୍ରକାଶ ପାଇଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ର ଙ୍କ ଠାରୁ ଛାତ୍ରୀ ମାନଙ୍କ ପାସ୍ ହାର ସଂଖ୍ୟା ଅଧିକ ରହିଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ ମୋଟ ୪ ଟି ମହାବିଦ୍ୟାଳୟ ରେ ପାସ ହାର ୬୦ ପ୍ରତିଶତ ଥିବା ବେଳେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ପାସ୍ ହାର ୮୪ ପ୍ରତିଶତ ରହିଛି I କଲେଜର କଳା ବିଭାଗରେ ମୋଟ ୨୫୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୩୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୦୫ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି I ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀ ଏ. ବୈଷ୍ଣବୀ ଆଚାରି ସର୍ବାଧିକ ୪୭୪ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I କଲେଜ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସହଯୋଗ ପାଇଁ ଅଭିଭାବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ସେହିପରି ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ କଲେଜର ଏହି ସଫଳତା ପାଇଁ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି I ଆଗାମୀ ଦିନରେ ଏହି ସଫଳତା ହାରକୁ ଆହୁରି ବୃଦ୍ଧି କରିବା ପାଇଁ ପିଲାଙ୍କ ପାଠ କ୍ଷେତ୍ରରେ ଅଧିକ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here