ତ୍ରିଧାରା ସାହିତ୍ୟ ସଂସଦ ପକ୍ଷରୁ ମାସିକ ସାହିତ୍ୟ ଆସର

0
144

ବ୍ରହ୍ମପୁର, ୦୬/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ତ୍ରିଧାରା ସାହିତ୍ୟ ସଂସଦ ଵ୍ରହ୍ମପୁର ଗଞ୍ଜାମ ପକ୍ଷରୁ ମାସିକ ସାହିତ୍ୟ ଆସର ଗୁଗୁଲ ମିଟି ମାଧ୍ୟମରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସଭାପତିତ୍ବ କରିଥିଲାବେଳେ ଅନୁଷ୍ଠାନର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସଂସଦର ଆଭିମୁଖ୍ୟ ସମ୍ପର୍କରେ ସୂଚନାରେ କହିଥିଲେ ପ୍ରତିମାସର ପ୍ରଥମ ରଵିବାରରେ ଏହି ସମୟରେ ସମସ୍ତ କାର୍ଯ୍ୟକ୍ରମ କରାଯିବ।ପ୍ରାରମ୍ଭିକ ସଙ୍ଗୀତ ସହସମ୍ପାଦିକା ସୌଦାମିନୀ ମିଶ୍ର ଗାନ କରିଥିଲେ। ଅତିଥି ଭାବେ ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ କନିଷ୍ଠ ମହିଳା ମହାବିଦ୍ୟାଳୟ ଘୁ ଉଦୟଗିରି କନ୍ଧମାଳ ଅଧ୍ୟକ୍ଷ ଶ୍ରୀ ଶିବରାମ ସାହୁ ଯୋଗଦେଇ କହିଥିଲେ ପୁଣି ଥରେ ଭ୍ରାମ୍ୟମାଣ ଆସର ଆମ ଅନୁଷ୍ଠାନରେ ଆୟୋଜନ କରନ୍ତୁ । ଉକ୍ତ କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ମିଶ୍ର ଵଇଣ୍ଟା,ଜିଲ୍ଲା ଅନୁଗୋଳ, ଜିତେନ୍ଦ୍ର ଶତପଥୀ ଗୁଣପୁର, ରାୟଗଡ଼ା ,ଡକ୍ଟର ସୁଜିତ କୁମାର ପଣ୍ଡା ଇତିହାସ ଅଧ୍ୟାପକ ଫୁଲବାଣୀ ସରକାରୀ କନିଷ୍ଠ ମହାବିଦ୍ୟାଳୟ କନ୍ଧମାଳ, ଅଧ୍ୟାପକ ଲୋକନାଥ ନାୟକ, ଶିକ୍ଷାବିତ୍ ଅଜିତ କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ଦୀପିକା ଦାଶ, ଆଇନଜୀବୀ ମନୋଜ କୁମାର ପାଣିଗ୍ରାହୀ, ଵି ସତ୍ୟମ ଆଚାରୀ ,ସୌଦାମିନୀ ମିଶ୍ର ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସ୍ବରଚିତ କବିତା ପାଠ କରିଥିଲେ। ଡକ୍ଟର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ପରିଭାଵେ କିଛି ନୂତନତ୍ବ ସୃଷ୍ଟି କରିବା ସହ ସାହିତ୍ୟର ପ୍ରଚାର ଓ ପ୍ରସାର କରିବା ଫଳରେ ନୂଆ ଲେଖା ଓ ନୂଆ ସାହିତ୍ୟିକକୁ ଜାଣିପାରିବା। ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସଭା ପରିଚାଳନା କରିବା ଵେଳେ ମନୋଜ କୁମାର ପାଣିଗ୍ରାହୀ ଧନ୍ୟଵାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here