ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

0
158

ବୁଗୁଡା,୦୬/୦୯/୨୦୨୦: ଷଷ୍ଠ ଶ୍ରେଣୀ ପାଇଁ ଅନୁଷ୍ଠିତ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୭ ଜଣ ଛାତ୍ରୀ ଛାତ୍ର ବୁଗୁଡା ଏନଏସି ପାଇଁ ସମସ୍ତ ବୃତ୍ତି ପାଇବା ସହ ବ୍ଲକ ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଗୌରବ ଆଣି ପାରିଛନ୍ତି। ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଅନ୍ୱେଷା ପ୍ରଧାନ ବ୍ଲକ ଟପର ହୋଇଥିବା ବେଳେ ଶ୍ରୁତି ଦାଶ ଓ ପୟୋଧାର ପ୍ରଧାନ ଯୁଗ୍ମ ଦ୍ଵିତୀୟ,ଏବଂ ମୀରଲିନ ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଏହି ଶିକ୍ଷାନୁଷ୍ଠାନର ଅନ୍ୟ ତିନିଜଣ ହେଲେ ଏସ.ପ୍ରଜ୍ଞାନ ପ୍ରସାଦ ଦୋରା, ଆଦିତ୍ୟ ପ୍ରସାଦ ରଥ ଓ ଜେ. ସ୍ନେହ ରାଣୀ ପାତ୍ର, ସୋରଡ଼ ୟୁପି ସ୍କୁଲର ଗୌତମ ଦାଶ, ବାଲିପଦର ୟୁପି ସ୍କୁଲର ଅଞ୍ଜଳି ଜେନା, କରଚୁଲି ୟୁପି ସ୍କୁଲର କଲ୍ୟାଣି ଗୌଡ଼, କରଚୁଲି ସରସ୍ୱତୀ ଶିଶୁ ମନ୍ଦିରର ପୂର୍ଣ୍ଣତୋୟା ବାରିକ ଓ ଦୀପ୍ତିମୟୀ ସାହୁ, ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଶୁଭସ୍ମିତା ନାଇକ ଓ ଚରିତ୍ରାରାଣୀ ପ୍ରଧାନ, ଏବଂ କଲମ୍ଵ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଭୁସ୍ମିତା ପଣ୍ଡା, ଆୟୁଷ କୁମାର ପରିଡା, ଓ ଲକ୍ଷ୍ମୀ ବେହେରା ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here