ଶରଣକୁଳ ଓ ଜି ବି ମ୍ୟାନେଜରଙ୍କ କରୋନାରେ ମୃତ୍ୟୁ ।

0
131

ନୟାଗଡ଼,୦୭/୦୯/୨୦୨୦: ଶରଣକୂଳ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ବିଶ୍ୱନାଥ ସାହୁଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଛି । ସେ କିଛି ଦିନ ତଳେ ତାଙ୍କ କରୋନା ପରୀକ୍ଷା କରାଇଥିବା ବେଳେ ରିର୍ପୋଟ ନେଗେଟିଭ୍ ଆସିଥିଲା । ମାତ୍ର ଚାରି ପାଞ୍ଚ ଦିନ ତଳୁ ତାଙ୍କର ଦେହ ଅସୁସ୍ଥ ହେବା ସହ ଜ୍ୱର ଆରମ୍ଭ ହୋଇଥିଲା । ଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବାରୁ ତାଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୂବନେଶ୍ୱର ଏବଂ ସେଠାରୁ କଟକ ନିଆଯାଇଥିଲା । ଗତକାଲି ତାଙ୍କର ପୁଣି ଥରେ କରୋନା ପରୀକ୍ଷା କରାଯାଇଥିବା ବେଳେ ତାଙ୍କର ରାତିରେ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ତାଙ୍କର ପରୀକ୍ଷା ରିର୍ପୋଟ ପଜିଟିଭ୍ ଆସିଥିବା ଜଣାଯାଇଛି । ସେ ନୟାଗଡ଼ ସହର ଯଦୁମଣୀ ନଗରରେ ରହୁଥିବା ବେଳେ ତାଙ୍କ ପୈତ୍ରୁକ ଘର ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ଖେଡ଼ପଡ଼ା ବୋଲି ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନୟାଗଡ଼ ସହର ଏବଂ ଖେଡ଼ପଡ଼ା ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଗ୍ରାମ୍ୟ ବ୍ୟାଙ୍କରେ ସେ କାର୍ଯ୍ୟ କରି ଆସୁଥିଲେ । ନୟାଗଡ଼ରେ ଦୀର୍ଘଦିନ କାର୍ଯ୍ୟ କରୁଥିବା ଅବସରରେ ଦର୍ପନାରାୟଣପୁର ଗ୍ରାମ୍ୟ ବ୍ୟାଙ୍କ ଲୁଟ ସମୟରେ ସେ ସେଠାରେ ପରିଚାଳକ ଥିଲେ । ଅଧୁନା ଶରଣକୂଳ ଶାଖାରେ ନିଜର କାର୍ଯ୍ୟ ଜାରି ରଖିଥିଲେ ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here