ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ୨୫ ରେ ହେବ ସର୍ବଦଳୀୟ ବୌଠକ

0
497

ଭୂବନେଶ୍ୱର,୨୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ହେବା ନେଇ ସୁଚନା ମିଳିଛି I ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହେବ,ବିଶେଷ କରି ଅଧିବେଶନରେ ଶୂନ୍ୟକାଳ ଓ ମୂଳତବି ପ୍ରସ୍ତାବ ସହ ଅନ୍ୟାନ୍ୟ ବିଧି ରହିବ କି ନାହିଁ ସେ ନେଇ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ଼କ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି I ଚଳିତ ଅଧିବେଶନରେ ଅଳ୍ପ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିବା ନେଇ ପ୍ରସ୍ତୁତି ଚାଲିଛି, ଏନେଇ ବିସ୍ତୃତ ଭାବରେ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ I ଆସନ୍ତା ୨୭ ତାରିଖରେ ସମସ୍ତ ବିଧାୟକ ଓ କର୍ମଚାରୀ ମାନଙ୍କ କରୋନା ପରୀକ୍ଷା କରାଯିବ I ବିଧାନସଭା ପରିସରରେ ସାମାଜିକ ଦୂରତା ରକ୍ଷାକରି ବୈଠକ ଆୟୋଜନ କରାଯିବ ବୋଲି ବାଚସ୍ପତି ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here