ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

0
361

 

ଆଗ୍ରା, ୨୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସାମାଜିକ ଦୂରତା ବଜାୟ ରଖିବା ସହ ହ୍ୟାଣ୍ଡ୍‌ ସାନିଟାଇଜିଂ ଉପରେ ଗୁରୁତ୍ୱ ଦିଆଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ ରହିଥିଲା । ଦୈନିକ ୫ ହଜାର ଲୋକଙ୍କୁ ତାଜମହଲ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟା ପୂର୍ବରୁ ଅଢ଼େଇ ହଜାର ଲୋକଙ୍କ ପ୍ରବେଶ ପାଇଁ ଅନୁମତି ଥିବାବେଳେ ବାକି ଲୋକଙ୍କୁ ଅପରାହ୍ଣ ୨ଟା ପରେ ପ୍ରବେଶ ପାଇଁ ଅନୁମତି ରହିଛି। ସେହିପରି ଆଗ୍ରା ଦୁର୍ଗ ଭିତରକୁ ଯିବା ପାଇଁ ଦୈନିକ ଅଢ଼େଇ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିଛି। ଟିକେଟ୍‌ କାଉଣ୍ଟର ବନ୍ଦ ରହିବ। ତେଣୁ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିପାରିବେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here