ବ୍ରହ୍ମପୁର, ୨୪/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ଏହି ଅଂଚଳର ବିଶିଷ୍ଟ ସମାଜସେବୀ ତଥା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦଳପୁରର ଅନ୍ୟତମ ପ୍ରତିଷ୍ଠାତା କେ.କୃଷ୍ଣମୂର୍ତ୍ତି ପାତ୍ରଙ୍କ ଦ୍ଵାଦଶାହ ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କୋରନା ମହାମାରିକୁ ଦୃଷ୍ଟି ରେ ରଖି ସମସ୍ତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହଇଥିଲା। ନିମଖଣ୍ଡି ଶିଶୁ ମନ୍ଦିର ର ଅନ୍ୟତମ ପ୍ରତିଷ୍ଠାତା, ଗଙ୍ଗାମନ୍ଦିର ଲୋଚାପଡା ର ପୁନଃରୁଧାର, ଜଗଦଳପୁର ରାଧାକାନ୍ତ ମଠର ଅନ୍ୟତମ ଟ୍ରଷ୍ଟି ଥିଲେ. ଜୀବନ କାଳରେ ସେ ବହୁ ନିଶହାୟ, ଦରିଦ୍ର ଲୋକଙ୍କ ସାହାଯ୍ୟ କରିଥିଲେ। ତାଙ୍କରି ମୃତ୍ୟୁ ରେ ଅଞ୍ଚଳ ବାସୀ ଶୋକ ପ୍ରକାଶ କରିଥିଲେ. ସମସ୍ତ ସାତ ପୁଅ ଯଥା ସନ୍ତୋଷ, ସୁଦର୍ଶନ, ରବୀନ୍ଦ୍ର, ସୁଦାମ, ଜଗା, ଶଙ୍କର, ଚନ୍ଦ୍ର ରହି ନିରାଡ଼ମ୍ବର ଭାବେ ଦ୍ଵାଦଶାହା କାର୍ଯ୍ୟ କରିଥିଲେ। ଦୁଇ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ।