ଋଷିକୁଲ୍ୟା ରୟତ ମହାସଭା ତରଫରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
134

ବ୍ରହ୍ମପୁର,୨୪/୦୯/୨୦୨୦(ଟୁକୁନା ପ୍ରଧାନ)-: ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଦିଗାପଡା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲଙ୍ଗଳେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ ବୃକ୍ଷ ରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ବୃକ୍ଷରୋପଣ ଓ ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ଦାସ, ଋଷିକୁଲ୍ୟା ରୟତ ମହାସଭାର ବେଗୁନିଆପଡ଼ା ସାଧାରଣ ସଂପାଦକ ଭାସ୍କର ନାୟକ , ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ ।ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ତ୍ରିନାଥ ମିସ୍ତ୍ରୀ, ଦୁର୍ଯ୍ୟୋଧନ ମହାପାତ୍ର, ଶରତଚନ୍ଦ୍ର ପଣ୍ଡା, ଦିଲ୍ଲୀପ କୁମାର ପ୍ରହରାଜ, ଦୀପକ କୁମାର ବିଶୋୟୀ, ଲଲିତ କୁମାର ସାହୁ, ସୁଚିତ୍ରା ବେହେରା , ଏମ୍. ସନ୍ୟାସୀ ପ୍ରଧାନ, ଏ ଏନ୍ ଏମ୍ ଅହଲ୍ୟା ଦାଶ, କନ୍ୟାକୁମାରୀ ଦାଶ, ସୁଚିସ୍ମିତା ପାଣି, ସୁପ୍ରଭା ପଣ୍ଡା, ବିଜୟଲକ୍ଷ୍ମି ପଣ୍ଡା, କବିତା ରାନୀ ସେନାପତି, ବିଣାପାଣୀ ମିଶ୍ର, ସୁନନ୍ଦା ପଣ୍ଡା, ଶିବାନୀ ପ୍ରଧାନ, ଜୟଶ୍ରୀ ଶତପଥୀ, ଓ ବୃକ୍ଷ ପ୍ରେମୀ ପଞ୍ଚାନନ ଦାଶ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲ। ଏଥିରେ ୪୦୦ ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here