କୋଭିଟ ସପ୍ତାହ ପାଳନ ଓ ସଚେତନା ରାଲି।

0
119

ଶେରଗଡ,୨୭/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) କୋଭିଟ ସପ୍ତାହ ପାଳନ ଅବସରରେ ଆଜି ପିତଳଠାରେ ପୁଣି କରୋନା ପଜିଟିଭ ଚିହ୍ନଟ ନମୁନା ସଂଗ୍ରହ ପାଇଁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶେରଗଡ ବିଡିଓ ସୁରଂଜନ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ରେ ଜନସାଧାରଣଙ୍କ ଉତ୍ସାହ ସୃଷ୍ଟି କରିଥିଲେ ।ପ୍ରାୟ ଶତାଧିକ ବ୍ଯକ୍ତି ଙ୍କ ସ୍ୱାବ ଓ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଶେଷରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ କରୋନା ସଚେତନତା ରାଲି କରାଯାଇଥିଲା ।ଏଥିରେ ବରିଷ୍ଠ ନାଗରିକ ଙ୍କ ସମେତ ଅଙ୍ଗନବାଡିକର୍ମୀ,ଆଶା, ଶେରଗଡ ବିଡିଓ, ଆତ୍ମସହାୟିକା ଦଳ ର ସଭ୍ୟା ଓ ସ୍ଥାନୀୟ ବହୁ ଜନସାଧାରଣ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here