ପ୍ଲାଜମା ଦାନ କଲେ ବରିଷ୍ଠ ରାଜସ୍ୱ ସହାୟକ ଅଧିକାରୀ

0
130

 

ବ୍ରହ୍ମପୁର,୦୬/୧୦/୨୦୨୦ (ଟୁକୁନା ପ୍ରଧାନ ) ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି, ବହୁତ କରୋନା ପଜେଟିଭ୍ ବ୍ୟକ୍ତି ଏବେ ସୁସ୍ଥ ହୋଇ କୋଭିଡ ସେଣ୍ଟର ରୁ ଘରକୁ ଫେରିଛନ୍ତି, ହେଲେ ଏହି ରୋଗର କୌଣସି ଔଷଧ ଏ ପର୍ଯ୍ୟନ୍ତ ବାହାରିନଥିବା ବେଳେ ପ୍ଲାଜମା ହେଉଛି କରୋନା ଭଳି ମହାମାରୀ ରୋଗର ସଂଜୀବନି । ଯାହା ଦ୍ୱାରା ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ପ୍ଲାଜମା ଦାନ କରିବା ପାଇଁ କରୋନା ରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ମାନଙ୍କୁ ଅନୁରୋଧ କରଯାଇଛି ।ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅନୁରୋଧ କ୍ରମେ କବିସୂର୍ଯ୍ୟ ନଗର ବ୍ଲକ ର ବରିଷ୍ଠ ରାଜସ୍ୱ ଅଧିକାରୀ କିରଣ କୁମାର ପାଢୀ କଟକ ସ୍ଥିତ ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ର ପ୍ଲାଜମା ବ୍ୟାଙ୍କ ରେ ପ୍ଲାଜମା ଦାନ କରି ସମସ୍ତ ସରକାରୀ ବେସରକାରୀ ଅଧିକାରୀ ଙ୍କ ପାଇଁ ଉଦାହରଣ ସାଜିଛନ୍ତି। କରୋନା ରୁ ସୁସ୍ଥ ହୋଇ ଦୁଇ ମାସ ତଳେ ନିଜ ଘରକୁ ଫେରିଥିଲେ କିରଣ ପାଢ଼ୀ ।ଏହି ପ୍ଲାଜମା ଦାନ କରି ସେ ନିଜକୁ ଧନ୍ୟମନେ କରିଥିବା ବେଳେ ଅନ୍ୟ ମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପାଢ଼ୀ ଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ସାହୁ,ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ ସମତେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here