ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସାଙ୍କୁଡା ଧବଳେଶ୍ଵର ବିଦ୍ୟାପିଠ ର ଶିକ୍ଷକ ନୀଳକଣ୍ଠ ଦାଶ

0
144

ବ୍ରହ୍ମପୁର,୧୦/୧୦/୨୦୨୦ (ଟୁକୁନା ପ୍ରଧାନ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଧବଳେଶ୍ଵର ବିଦ୍ୟାପୀଠ ର ବରିଷ୍ଠ ଶିକ୍ଷକ ଶ୍ରୀ ନୀଳକଣ୍ଠ ଦାଶ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ମାନପତ୍ର ସହ ଦଶ ହଜାର ଟଙ୍କା ର ଏକ ଚେକ୍ ଶ୍ରୀ ଦାଶ ଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ, ଦକ୍ଷୀଣ ଘୁମୁସର ବନ ଖଣ୍ଡ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଦେହୁରୀ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶିକ୍ଷକ ଶ୍ରୀ ଦାଶ ଏହି ପୁରସ୍କାର ପାଇଥିବା ରୁ ବ୍ଲକ୍ ର ଶିକ୍ଷକ ମାନଙ୍କ ସହ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାଶ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ଵ ଗ୍ରହଣ କରି ନିଜର ସାଂଗଠନିକ ଦକ୍ଷତା କୁ ମଧ୍ଯ ପ୍ରତିପାଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here