ଶେରଗଡ,୦୧/୧୧/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ଶେରଗଡ ପ୍ରେସ୍ ବୈଠକରେ ସାହିତ୍ଯକଳା ସଂସ୍କୃତିଧର୍ମୀ ସାପ୍ତାହିକ ପତ୍ରିକା “ଚନ୍ଦ୍ରିକା” କୁ ପରିବେଶବିତ ଓ ସମାଜସେବି ପ୍ରଫୁଲ ସାମନ୍ତରାୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ ଓ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ସାମ୍ବାଦିକ ମାନଙ୍କ ଭୂମିକା ସଂପର୍କରେ ଉଦବୋଧନ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗ ଦେଇ ସାମ୍ବାଦିକମାନେ ଐକ୍ଯବଧ ଭାବେ କାର୍ଯ୍ଯକରି ଜନସାଧାରଣ ଓ ସରକାର ଙ୍କ ମଧ୍ଯ ରେ ସେତୁ ସଦୃଶ୍ଯ କାର୍ଯ୍ଯ କରିବାକୁ ସାମ୍ବାଦିକମାନ ଙ୍କୁ ଉଦବୋଧନ ଦେଇଥିଲେ।ଚନ୍ଦ୍ରିକା ର ସଂପାଦକ ବିଚିତ୍ରାନନ୍ଦ ମୁନୀ ପତ୍ରିକାର ଆଭିମୁଖ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ସମସ୍ତ ଉପସ୍ଥିତ ସାମ୍ବାଦିକମାନ ଙ୍କୁ ଉପଢୌକନ ଦେଇ ସମ୍ବୋଧିତ କରିଥିଲେ।ଏଥିରେ ସୂର୍ଯ୍ୟ ନାରାୟଣ ଦାଶ ସଭାପତିତ୍ୱ କରିଥିଲେ।ବୈଠକ ରେ ସର୍ବସାମ୍ବାଦିକ କରୁଣାକର ସାହୁ।ସତ୍ୟ ନାରାୟଣ ପାତ୍ର, ଚନ୍ଦନ ପାଢୀ,ରାଘବାନନ୍ଦ ପଶୁପାଳକ, ବାସୁଦେବ ସ୍ୱାଇଁ,ନୀଳାଂଚ,ଳମହାପାତ୍ର,ଅଖିଳ ମୋହନ ପଟ୍ଟନାୟକ,ରାମକୃଷ୍ଣ ପାଣି,ବସନ୍ତ ଖଣ୍ଡୁଆଳ,କାହ୍ନୁବିଶ୍ୱାଳ,ଭିକୁ ନାୟକ, ରମେଶଚନ୍ଦ୍ର ପ୍ରଧାନ,ବିନୋଦ ପ୍ରଧାନ, ଦେବପ୍ରସାଦ ଦାଶ, ବିଭୂପ୍ରସାଦ ଦାଶ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।ପ୍ରାରମ୍ଭରେ କୋଭିଟ ରେ ପ୍ରାଣ ହରାଇଥିବା ସାମ୍ବାଦିକ ଙ୍କ ଉଦ୍ଦେଶ୍ଯରେ ଶୋକ ପ୍ରକାଶ କରାଯାଇଥିଲା । ପରିଶେଷରେ ଶ୍ରୀମୂନୀ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।