ଟ୍ରାକ୍ଟର ସଙ୍ଘ ର କୋଦଳା ତହସିଲ ଘେରାଉ

0
139

ବ୍ରହ୍ମପୁର,୦୭.୧୧.୨୦୨୦: ବିଭିନ୍ନ ପ୍ରକାର ଦାବି ନେଇ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳ ର ଟ୍ରାକ୍ଟର ମାଲିକ ସଙ୍ଘ ତହସିଲ ଅଫିସ ଘେରାଉ କରିବା ସହିତ ଏକ ଲିଖିତ ଦାବୀ ପତ୍ର ତହସିଲଦାର ଶ୍ରୀ ଅବନୀ କୁମାର ସାହୁଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଟ୍ରାକ୍ଟର ମାଲିକଙ୍କ ଅଭିଯୋଗ ପ୍ରକାରେ ସମସ୍ତ ପ୍ରକାର ଗାଡି ର କାଗଜ ପତ୍ର ସହିତ Y ଫର୍ମ କାଟୁଥିଲେ ସୁଦ୍ଧା ବିଭିନ୍ନ ପ୍ରକାର ଆଳ ଦେଖାଇ ତହସିଲଦାର ଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ରେ ଅତିଷ୍ଠ ହୋଇ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ ବୋଲି କହିଛନ୍ତି ।ଦିବା ୧୧ଟା ସମୟ ରେ ଶତାଧିକ ଟ୍ରାକ୍ଟର ମାଲିକ ମାନେ ତହସିଲ କାର୍ଯ୍ୟାଳୟ ପରିସର ରେ ପହଞ୍ଚି ତହସିଲଦାର ଙ୍କ ସହିତ ଆଲୋଚନା କରି ଫାଇନ ନ ପକାଇବାକୁ ଅନୁରୋଧ କରିଥିଲେ । Y ଫର୍ମ କାଟିଥିଲେ ସୁଦ୍ଧା କାହିଁକି ଫାଇନ କଟାଯାଉଛି ,ଗାଡିର ସୁବିଧା ଅସୁବିଧା ନ ଦେଖି ସମୟ ହୋଇଗଲା କହି ଜୋରିମାନା ଆଦାୟ କରାଯାଉଛି ,ଅତ୍ୟଧିକ ଜୋରିମାନା ଆଦାୟ କରାଯାଉଛି ଯାହା ଫଳ ରେ ଭୟ ରେ ଗାଡି ନ ଚଳାଇ ଘରେ ପଡି ରହୁଛି ।ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ଏଥିରୁ ନିବ୍ରୁତ୍ତ ରହିବାକୁ କହିଥିଲେ । କିନ୍ତୁ ବେନିୟମ ଭାବେ ନିଲାମ ହୋଇ ନ ଥିବା ଏବଂ Y ଫର୍ମ ନ କାଟି ଗାଡିରେ ମୋରମ , ବାଲି , ଗୁଡ଼ି, ପଥର ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଥିଲେ । କିନ୍ତୁ ମାଲିକ ସଙ୍ଘ ଏଥିରେ ରାଜି ହୋଇ ନ ଥିଲେ । ପରେ ତହସିଲଦାର ତିନି ଜଣଙ୍କୁ ଆଲୋଚନା କରିବା ପାଇଁ ଡାକି କଥାବାର୍ତ୍ତା କରିଥିଲେ , ଏହା ପରେ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ ।ସୋମବାର ଦିନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତି ନିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।ଯଦି ସୋମବାର କୌଣଷି ନିଷ୍ପତ୍ତି ନ ନିଆଯାଏ ମଙ୍ଗଳବାର ସମସ୍ତ ମାଲିକ ନିଜ ନିଜର ଗାଡିଧରି ତହସିଲ ପଡିଆ ରେ ଧାରଣା ଦେବେ ବୋଲି ଚେତାବନୀ ଦେଈଥିବା ଜଣା ପଡିଛି ।ଏହି ସମୟ ରେ ଅତିରିକ୍ତ ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here