ବ୍ରହ୍ମପୁର,୧୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଦ୍ଵିତୀୟ ଦିନ କୋଭିଡ କଟକଣା ନିୟମ ଅନୁଯାୟୀ ମିଶନ ରାଣୀ ମହାଦେବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପବିତ୍ର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ପ୍ରଭୁଦାସ ନାୟକ ଦିବ୍ୟଯଜ୍ଞରେ ଉପସ୍ଥିତ ଥିଲେ।ସହକାରୀ ଯାଜକ ପ୍ରଭୁଦାସ ନାୟକ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ଏବଂ ” ମାଁ ମେରୀ, ରୋଗୀଙ୍କର ସ୍ୱାସ୍ଥ୍ୟ”, ଏହି ବିଷୟରେ ଉଦବୋଧନ ଦେଇ ଶ୍ରଦ୍ଧାଳୁ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବ୍ରହ୍ମପୁର ଧର୍ମାଞ୍ଚଳର JESUS YOUTH ର ଯୁବ ଗୋଷ୍ଠି ,ସଙ୍ଗୀତ ଗାୟନ ସହ ଦିବ୍ୟଯଜ୍ଞରେ ସାହାଯ୍ୟ କରିଥିଲେ।ଏହି ଉଦ୍ଘାଟନ ନବୀନା ଉତ୍ସଵର ଶୃଙ୍ଖଳିତ ଓ ସୁନ୍ଦର ପରିଚାଳନା ନିମନ୍ତେ କୋଭିଡ଼ କଟକଣା ନିୟମ ଅନୁଯାୟୀ ଅନୁଷ୍ଠାନର ସେବାଭ୍ରାତା ଓ ସେବାଭଗ୍ନୀ ଗଣ, ଧର୍ମାଞ୍ଚଳର ପାଳକୀୟ ପରିଷଦର ସଭ୍ୟସଭ୍ୟା ଗଣ ଏବଂ ବିଭିନ୍ନ କମିଟିର ସଦସ୍ୟ ମାନେ ଅତି ସ୍ୱଳ୍ପ ସଂଖ୍ୟକ ଭାବରେ ଉପସ୍ଥିତ ରହି ଏହି ପବିତ୍ର ନବୀନା ଉତ୍ସବରେ ସହଯୋଗ କରିଥିଲେ। ଅନ୍ୟ ସମସ୍ତ ମଣ୍ଡଳୀ ବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନଲାଇନ୍ ମାଧ୍ୟମର ବ୍ୟବସ୍ଥା କରାଯାଇ ନାବୀନାର ମାଳାଜପ ଓ ଦିବ୍ୟଯଜ୍ଞର ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ଦ୍ୱାରା ପରିବେଷଣ କରାଯାଇଥିଲା।