ପିପୁଲସ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0
110

ବୁଗୁଡା, ୨୮/୨/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଫେବୃୟାରୀ ୨୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଏହି ଆଠ ଦିନର ଆତ୍ମ ସୁରକ୍ଷା ତାଲିମ ଶିବିରର ପ୍ରଥମ ଦିବସରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରି ତାଲିମ ଦାତ୍ରୀ ଯେଉଁ ସବୁ କୌଶଳ ବିଷୟରେ ତାଲିମ ଦେବେ ତାହାକୁ ସମସ୍ତ ଛାତ୍ରୀ ଉତ୍ତମ ଭାବେ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଥିଲେ। ଅତିଥି ଭାବେ ଅଧ୍ୟାପକ ଡକ୍ଟର ହିମାଂଶୁ ଶେଖର ରଥ, +୩ କ୍ରୀଡା ସଙ୍ଘ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, +୨ କ୍ରୀଡା ସଙ୍ଘ ଉପସଭାପତି ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଓ ପିଇଟି କ୍ରୀଷ୍ଣା ରାଓ ପାତ୍ର ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ଅନିତା ଦେବୀ କାର୍ଯ୍ୟକ୍ରମ ବିଷୟରେ ଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର ଭାବେ ପୂଜାରାଣୀ ସ୍ୱାଇଁ ଯୋଗଦେଇ ଫେବୃୟାରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ତାଲିମ ଶିବିରରେ ଛାତ୍ରୀମାନଙ୍କୁ ୮ ଦିନ ପର୍ଯ୍ୟନ୍ତ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ। + ୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ସାଗରିକା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶେଷରେ ସଂଯୋଜିକା ଅଧ୍ୟାପିକା ଅନିତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here