ବ୍ରହ୍ମପୁର,୧୯/୧୧/୨୦୨୦(ବ୍ୟୁରୋ ରିପୋର୍ଟ)ଗୋଳନ୍ଥରl ଥାନା ଅନ୍ତର୍ଗତ କନିସି ନିକଟରେ କୃଷକନେତା ଲୋକନାଥ ଦଳେଇ ଓରଫ ଟୁଟୁ ଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ପୂର୍ବରୁ ବହୁବାର ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇ ଅନେକଥର ସେ ଦୁର୍ବୁତ୍ତଙ୍କ କବଳରୁ ବଂଚିଛନ୍ତି ମଧ୍ୟ। ଆଜି ସାଢ଼େ ଏଗାରଟା ବେଳେ ଅଟୋ ନଗର ଭିତରେ ଥିବା ଏକ ଲୁହାଦୋକାନରୁ ଲୁହା କିଣି ନିଜ କାର ନିକଟକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଚାରି ଜଣ ଯୁବକ ପ୍ରଥମେ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗି ଦେଇ ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ l ଲୋକାନାଥଙ୍କ ପାଟି ଶୁଣି ଘଟଣା ସ୍ଥଳରେ କିଛି ଲୋକ ପହଂଚି ଯିବାରୁ ଯୁବକ ମାନେ ପୂର୍ବରୁ ଆଣିଥିବା ବାଇକ୍ ଯୋଗେ ଚମ୍ପଟ ମାରିଥିଲେ l ଅଞ୍ଚଳରେ କିଛିସମୟ ଉତ୍ତେଜନା ଲାଗିରହିଥିଲା।ଅଟୋନଗର ନିକଟରେ ଦିବାଲୋକରେ ଏହିପରି ଘଟଣା ଘଟିଥିବାରୁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।ଲୋକନାଥଙ୍କର ବାମପଟ ଜଙ୍ଘ ଏବଂ ପିଠି ପଟକୁ ଗଭୀର ଆଘାତ ଲାଗିଥିବାରୁ ବଡ ମେଡ଼ିକାଲ କୁ ନେଇଥିଲେ।ଘଟଣା ସ୍ଥଳରେ ସଦର ଏସଡିପିଓ,ଜୟନ୍ତ ମହାପାତ୍ର ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି lଲୁହା ଦୋକାନ ଏବଂ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲାଗିଥିବା ଜଣାପଡ଼ିଛି।ସେହି ଫୁଟେଜ ରୁ ତଦନ୍ତ କଲେ ଦୁର୍ବୁତ୍ତ ମାନେ ସହଜରେ ଧରାପଡିଯିବା ସମ୍ଭାବନା ରହିଛି।ଜମିଜିମା ଉପରେ ଆଧାରିତ ଏହି ଘଟଣା ଘଟି ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।ଏପର୍ଯ୍ୟନ୍ତ ସଠିକ ତଥ୍ୟର ସନ୍ଧାନ ମିଳିପାରିନାହିଁ।କିଛିଦିନ ତଳେ ବିଜେପି ଜିଲ୍ଲା ସଭାପତି ବିଭୁତି ଜେନା ଙ୍କୁ ଯୋଜନା ବଦ୍ଧ ଆକ୍ରମଣ ପଣ୍ଡ ହୋଇଥିଲା ବେଳେ ପୁଲିସ ଏପର୍ଯ୍ୟନ୍ତ କିଛି ଟେର୍ ପାଉନି।ପୁଣି ଦିବାଲୋକ
ରେ ଏଭଳି ଘଟଣା ଏବେ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ନାକେଦମ କରିଦେଲେଣି।