ଅଙ୍ଗାରଗାଁ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

0
170

ବ୍ରହ୍ମପୁର,୨୯/୧୧/୨୦୨୦(ଟୁକୁନା ପ୍ରଧାନ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ସ୍ଵେଚ୍ଛାସେବୀ ମାନଙ୍କ ତରଫରୁ ନୟାଗଡ଼ର ନିଷ୍ପାପ ଶିଶୁ ପରୀ ର ହତ୍ୟା କାରି ମାନଙ୍କୁ ଗିରଫ ଏବଂ ସି ବି ଆଇ ତଦନ୍ତ ଦାବୀ,ପରି ର ପରିବାର କୁ ସୁରକ୍ଷା ଯୋଗାଇଦେବା ଆଦି ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖବର ମୁତାବକ ଆଜି ସନ୍ଧ୍ୟା ସମୟରେ ଅଙ୍ଗାରଗାଁ ବସଷ୍ଟାଣ୍ଡ ଠାରେ ସ୍ଵେଚ୍ଛାସେବୀ ମାନେ ଏକତ୍ରିତ ହୋଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ ଏବଂ ହାତରେ ପ୍ଲା କାର୍ଡ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଯୁବ ନେତା ତଥା ସମାଜସେବୀ ନାରାୟଣ ସୁମନ୍ତରାୟଙ୍କ ନେତୃତ୍ୱ ରେ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ସାହୁ, ନାରାୟଣ ପ୍ରଧାନ, ନନ୍ଦନ କୁମାର ଭୂୟାଁ, ଯୁବ ସମାଜ ସେବୀ ପ୍ରଶାନ୍ତ କୁମାର ପାତ୍ର, ରାମ ଚନ୍ଦ୍ର ଜେନା, ପ୍ରଶାନ୍ତ କୁମାର ସାହୁ, ଟୁକୁନା ସାହୁ, ବିଜୟ ବେହେରା,ସନ୍ତୋଷ ମହାକୁଡ଼, ପୀତବାସ ବେହେରା, ଆଲୋକ ବିଶୋଇ, ପପୁ ପ୍ରଧାନ, ମୁନା ପ୍ରଧାନ, ବାବୁ ପ୍ରଧାନ, ପ୍ରମୋଦ କୁମାର ସେଠୀ, ସ୍ଵେଚ୍ଛାସେବୀ ସୁଧାକର ମହାରଣା, ଧୀରେନ୍ଦ୍ର ସ୍ଵାଇଁ, ମାଧବ ବେହେରା, ପ୍ରଦୀପ କୁମାର ସ୍ୱାଇଁ ସମେତ ବହୁ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here