ସତସଙ୍ଗ ଓ ପ୍ରବଚନ କାର୍ଯ୍ଯକ୍ରମ।

0
271

ଶେରଗଡ,୦୧/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ଗତକାଲି ରାତିରେ ସମରଝୋଳ ଶ୍ରୀକୃଷ୍ଣ ଚୈତନବାନପ୍ରସ୍ତ ଆଶ୍ରମରେ ସତସଙ୍ଗ ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଡାକ୍ତର ହୃଷୀକେଶ ମହାନ୍ତି ଯୋଗ ଦେଇ ଭଗବତ ଗୀତା ମାନବ ସମାଜ କୁ ମୁକ୍ତିକାମୀ ସମାଜ ଗଠନରେ ଦିଗଦର୍ଶନ ଦିଏ ବୋଲି ଉଦବୋଧନ ଦେଇଥିଲେ ।ଏଣୁ ଛାତ୍ର ଛାତ୍ରୀ ମାନେ ବିଦ୍ଯା ଅଧୟନ ସହ ପ୍ରତ୍ଯେହ କିଛି ସମୟ ଭଗବତ୍ ଗୀତା ପାଠ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।ଏହି ଅବସରରେ ଡାକ୍ତର ମହାନ୍ତି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୁଭଦ୍ରା ସାହୁ ଙ୍କୁ ଜଗନ୍ନାଥ ଦାସ କୃତଭଗବତଗୀତା ଗ୍ରନ୍ଥ କୁ ଆଶ୍ରମ ତରଫରୁ ଉପହାର ଦେଇଥିଲେ।ଓଡିଶା ର ସୁନାମଧନ୍ଯ ପ୍ରବଚକ ତଥା ମାନସ ଭକ୍ତିରତ୍ନ ପ୍ରଶାନ୍ତ କୁମାର ରଥ ଭଗବତ୍ ଗୀତା ଉପରେ ସୁଲଳିତ କଣ୍ଠରେ ଆଧାତ୍ମିକ ପ୍ରବଚନ ଦେଇଥିଲେ।ଋଷିକେଶ ରୁ ଆସିଥିବା ସନ୍ଥସ୍ୱାମୀ ଅନନ୍ତାନନ୍ଦ ସରସ୍ୱତୀ ଓ ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ ଏଥିରେ ଆର୍ଶିବଚନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଆଶ୍ରମ ପରିଚାଳକ ସୁରେଶ ଚନ୍ଦ୍ର ପାତ୍ର ଆୟୋଜନ କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଭକ୍ତିପିପାଷୁ ବ୍ଯକ୍ତି, ମହିଳା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here