ସୁମଣ୍ଡଳ ଠାରେ ମୋ ଗାଁ ରେ ତହସିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

0
328

ବ୍ରହ୍ମପୁର, ୦୪/୧୨/୨୦୨୦( ଟୁକୁନା ପ୍ରଧାନ) -: କରୋନା ଯୋଗୁଁ ବିଭିନ୍ନ ପଂଚାୟତରେ ସରକାରୀ କାର୍ଯ୍ୟ ବନ୍ଦ ଥିବାବେଳେ ଏହାର ମାତ୍ରା କମିବା ପରେ ଆଜି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁମଣ୍ଡଳ ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ସାହୁ, କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଶ୍ରୀ ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବୈଦ୍ୟନାଥ ଗୌଡ଼ ପ୍ରମୂଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ସୁମଣ୍ଡଳ ସର୍କଲ୍ ର ରାଜସ୍ୱ ନିରୀକ୍ଷକ ଜଗମୋହନ ନାୟକ , ଅମିନ ମହେଶ୍ୱର ଜେନା, ସନ୍ତୋଷ କୁମାର ବେହେରା , ଶେଷ ରଞ୍ଜନ ମିଶ୍ର, ଚିନ୍ମୟ କୁମାର ବେହେରା, ସଞ୍ଜୟ କୁମାର ସେଠୀ, ରବିନ୍ଦ୍ର କୁମାର ବେହେରା,, ରେକର୍ଡ଼ ରକ୍ଷକ ଅନିତା କୁମାରୀ ନାୟକ, ଜଗନ୍ନାଥ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ରାଉଳ, କେଦାରନାଥ ମନ୍ତ୍ରୀଙ୍କ ସମେତ ସୁମଣ୍ଡଳ ପଂଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ଘର ପଟା, ଗ୍ରାମ କଣ୍ଟକ, ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି ଆଗକୁ ମଧ୍ଯ ଏହି ସେବା ଯୋଗାଇଦିଆ ଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି । ଆଜି ମୋଟ ୬୩ ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ ୧୦ ଟି ଜମି ପଟ୍ଟା ଓ ୧୩ ଟି ଇ ପ୍ରମାଣପତ୍ର ୫ ଟି ଇ ପାଉତି ଓ ଗୋଟିଏ ଜି କେ ପି ପ୍ରମାଣପତ୍ର ବଣ୍ଟନ କରାଯାଇଥିବl ବେଳେ ୩୪ ଟି ଅଭିଯୋଗ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here