ଅଜଣା ଗାଡି ଧକ୍କାରେ ଛଟପଟ ହେଟା, ଉଦ୍ଧାର କଲା ବନ ବିଭାଗ

0
151

ବ୍ରହ୍ମପୁର,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଅଜଣା ଗାଡି ଧକ୍କାରେ ଛଟପଟ ହେଟା । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ଦାରୁଭଦ୍ର ଗ୍ରାମ ନିକଟରେ ଆହତ ଅବସ୍ଥାରେ ପଡି ଛଟପଟ ହେଉଛି ହେଟା । ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ଧର୍ମରାଜ ପାତ୍ର ଓ ସମ୍ପାଦକ ବିଜେନ୍ଦ୍ର ମାଝୀ ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ବନ ବିଭାଗର ଉଦ୍ଧାର କାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନେ ଆହତ ହେଟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here