ବୁଗୁଡା,୦୮/୧୨/୨୦୨୦: ଦକ୍ଷିଣ ଘୁମୁସର ବନଖଣ୍ଡ, ବୁଗୁଡା ବନାଞ୍ଚଳର ଠଣାପଲ୍ଲୀ ବିଟ୍ ଅନ୍ତର୍ଗତ ଚକରାପଲ୍ଲୀ ଗ୍ରାମର ଶିବ ମନ୍ଦିର ନିକଟରୁ ଡିସେମ୍ବର ୮ ତାରିଖ ଦିନ ଏକ ତିନି ମାସର ମାଈ କୃଷ୍ଣସାର ମୃଗ ଉଦ୍ଧାର ହୋଇ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି। ଚକରାପଲ୍ଲୀ ଠାରେ ଏକ ଛୁଆ ମାଈ କୃଷ୍ଣସାର ମୃଗ ଗ୍ରାମ ଭିତରକୁ ଚାଲିଆସିଥିବା ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଠଣାପଲ୍ଲୀ ବନରକ୍ଷୀ କ୍ଷୀରୋଦ କୁମାର ଗୌଡ଼, ଜିଲିବା ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ ଓ ପାରା ଫରେଷ୍ଟର କର୍ମଚାରୀ ଚକରାପଲ୍ଲୀ ଶିବ ମନ୍ଦିର ନିକଟରେ ତିନି ମାସର ଛୁଆ ମାଈ କୃଷ୍ଣସାର ମୃଗ ଉଦ୍ଧାର କରି ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟକୁ ଗାଡ଼ିରେ ଆଣିଥିଲେ। ବୁଗୁଡ଼ାରେ ପ୍ରାଣୀଧନ ଚିକିତ୍ସକ ଭଗବତୀ ପ୍ରସାଦ ଦାଶ କୃଷ୍ଣସାର ମୃଗର ସ୍ୱାସ୍ଥ୍ୟ ପରକ୍ଷା କରିଥିଲେ। ମୃଗଟି ସୁସ୍ଥ ଥିବାଯୋଗୁଁ ରେଞ୍ଜର ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଛୁଆ କୃଷ୍ଣସାର ମୃଗକୁ ଜଙ୍ଗଲରେ ଥିବା କୃଷ୍ଣସାର ମୃଗ ପଲଠାରୁ ଅଳ୍ପ ଦୂରରେ ବନରକ୍ଷୀ ଶ୍ରୀ ଗୌଡ଼ ଓ ଶ୍ରୀ ପୋଲାଇ ଛାଡ଼ି ଦେବାପରେ ଛୁଆ ମାଈ ମୃଗଟି କୃଷ୍ଣସାର ମୃଗପଲକୁ ଚାଲିଯାଇଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା