ବରମୁଣ୍ଡା ବସଷ୍ଟାଣ୍ଡରେ ନବୀନ ପଟ୍ଟନାୟକ

0
172

ଭୂବନେଶ୍ୱର,୧୦/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଭୂବନେଶ୍ୱର ବରମୁଣ୍ଡାରେ ନିର୍ମାଣ ହେଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିବାକୁ ଆଜି ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମାଷ୍ଟର ପ୍ଲାନ ଦେଖିବା ସହ କାମର ତଦାରଖ କଲେ ମୁଖ୍ୟମନ୍ତ୍ରୀ।୧୧ ଏକର ଜମିରେ ହେବ ବିଶ୍ବସ୍ତରୀୟ ବସ୍ ଟର୍ମିନାଲ, ୧୬୦ କୋଟି ୬୬ ଲକ୍ଷ ବ୍ୟୟବରାଦ ଲକ୍ଷ୍ୟ। ଅଣ୍ଡରଗ୍ରାଉଣ୍ଡ ପାର୍କିଂ ପାଇଁ ମଧ୍ୟ ରହିବ ବ୍ୟବସ୍ଥା, ବର୍ଜ୍ୟ ଜଳ ବିଶୋଧନ ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିବ, ୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ପାଇବ ବରମୁଣ୍ଡା ବସ୍‌ ଟର୍ମିନାଲ, ଭବିଷ୍ୟତ ସମ୍ପ୍ରସାରଣ ପାଇଁ ରହିବ ସାଢ଼େ ୪ ଏକର ଜମି।ନବୀକରଣ କାର୍ଯ୍ୟରେ ୧୮୦ କୋଟି ଖର୍ଚ୍ଚ ହେବ କହିଲେ ମୁଖ୍ୟମନ୍ତ୍ରୀ, ୧୮୦ କୋଟି ଖର୍ଚ୍ଚ ହେବ, ୧୮ ମାସରେ କାମ ସରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା।

LEAVE A REPLY

Please enter your comment!
Please enter your name here