ବାଲିବଣ ଠାରେ ଶନି ମହାଗ୍ରହଙ୍କ ମନ୍ଦିର ରତ୍ନମୁଦ ପାଇଁ କଳସୀ ଯାତ୍ରା ।

0
146

ବ୍ରହ୍ମପୁର, ୧୦/୧୨/୨୦୨୦( ଟୁକୁନା ପ୍ରଧାନ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ବାଲିବଣ ଠାରେ ଶ୍ରୀ ଶନି ମହାଗ୍ରହଙ୍କ ମନ୍ଦିର ରତ୍ନମୁଦ ପୂର୍ବରୁ ଆଜି ମନ୍ଦିର ପରିସରରୁ ଏକ କଳସୀ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶତାଧିକ ମହିଳା ଏକ ପଟୁଆରରେ ମନ୍ଦିର ପରିସରରୁ ବାହାରି ନିକଟସ୍ଥ ଖରଖରି ନଦୀକୁ ଯାଇ ସେଠାରୁ କୁମ୍ଭରେ ପାଣି ଭର୍ତି କରି ପଇଡ଼ ସହ ପୂର୍ଣ୍ଣ କୁମ୍ଭ ଧରି ସେଠାରୁ ମନ୍ଦିର ପରିସରକୁ ଆସିବା ସହ ସେଠାରେ ପୂଜାର୍ଚନା ଆରମ୍ଭ କରାଯାଇଥିଲା ।ଆସନ୍ତା କାଲି ମନ୍ଦିର ପରିସରରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ସାଧୁ ସନ୍ଥ ଏହି ପୂଜାରେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here