ସାନଖେମୁଣ୍ଡିରେ ଖୋଲିଲା ଧାନମଣ୍ଡି । ଦୟାନିଧିପୁର , ଖଲିଙ୍ଗୀ ଓ ଭୁଡୁକି ସେବା ସମବାୟ ସମିତିରେ ଶୁଭାରମ୍ଭ ।

0
155

ବ୍ରହ୍ମପୁର,୧୬/୧୨/୨୦୨୦: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପରିବର୍ତ୍ତିତ ନିୟମ ପ୍ରକାରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସମବାୟ ସେବା ସମିତି ଆନୁକୁଲ୍ୟରେ ଦୟାନିଧିପୂର , ଖଲିଙ୍ଗି ଓ ଭୁଡ଼ୁକି ସେବା ସମବାୟ ସମିତିରେ ଆଜି ଚଳିତ ଖରିଫ ଋତୁ ଧାନମଣ୍ଡିର ଶୁଭାରମ୍ଭ ହୋଇଅଛି । ସମବାୟ ବିଭାଗ ପକ୍ଷରୁ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ପାଟପୁର ଶାଖା ପରିଚାଳକ ଶ୍ରୀ ନିରଞ୍ଜନ ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲିଙ୍ଗି ସେବା ସମବାୟ ସମିତିରେ ସରପଞ୍ଚ ପ୍ରତିନିଧି ଶ୍ରୀ ସଞ୍ଜୟ ରାଉତ ଉଦଘାଟନ କରିଥିବା ବେଳେ ଦୟନିଧିପୂର ଓ ଭୁଡ଼ୁକି ସମିତି ଆଦିରେ ଅଗ୍ରଣୀ ଚାଷୀଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇ ଚାଷୀଙ୍କ ଧାନକ୍ରୟର ଅନୁକୂଳ କରାଯାଇଅଛି ।
ଅନୁଷ୍ଟିତ ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସମିତି ସମ୍ପାଦକଙ୍କ ସହ କୃଷି ବିଭାଗ କର୍ମଚାରୀ ଉପସ୍ଥିତ ରହି ନୂତନ ନିୟମ ପ୍ରକାରେ ପଞ୍ଜିକୃତ ଚାଷୀଙ୍କୁ ବିନା ବାଧାରେ ଧାନମଣ୍ଡିର ସମସ୍ତ ସୁବିଧା ଉପଲବ୍ଧ କରାଇବା ନେଇ ପାଟପୁର କେନ୍ଦ୍ର ସମବାୟ ବ୍ୟାଙ୍କ୍ ଶାଖା ପରିଚାଳକ ଶ୍ରୀ ପୃଷ୍ଟି ଅବତାରଣା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here