ଗଞ୍ଜାମ ମିଷ୍ଟର ଏଣ୍ଡ ମିସ୍ ଫେସନ୍ ଅଡିସନ୍

0
159

ବ୍ରହ୍ମପୁର,୧୯/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ବଡ଼ବଜ଼ାର ଗୌଡ଼ ସାହି ନିକଟସ୍ଥ ବିନାୟକ ଭବନ ପରିସରରେ ଶନିବାର ଟୁଙ୍କ୍କେଲ୍ ଫେସନ୍ ଏକାଡେମୀ ତରଫରୁ ମିଷ୍ଟର ଏଣ୍ଡ ମିସ୍ ଗଞ୍ଜାମ ୨୦ – ୨୧ ସିଜନ୍ – ୨ରେ ଫେସନ୍ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ପରିଚାଲିକା ଟୁଙ୍କ୍କେଲ୍ ଗମାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଫେସନ୍ ଅଡିସନ୍ ରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେଡ଼ି ସମ୍ପାଦକ ସୁବାସ ମହାରଣା ଜୁବ ବିଜେଡି ସଭାପତି ଆଜିତ୍ କୁମାର ପଣ୍ଡା ,ୟୁଟିଭି ଓ ଅନୁପମ ଭାରତ ର ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ,ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ୨୦୨୦ ର ସୁନ୍ଦରୀ ରାମେଶ୍ୱରୀ ନନ୍ଦ ,କିନ୍ନର ବାବୁଲା ,ଖ୍ୟାତନାମା ନୁତ୍ୟ ଶିଳ୍ପୀ ଆୟେଶା ପାତ୍ର ପ୍ରମୁଖ ଯୋଗଦେଇଥିଲେ l ବିଚାରକଭାବେ ଏଙ୍କର ସ୍ମୃତି ପଣ୍ଡା ,ପ୍ରୀତି ପଟ୍ଟନାୟକ ଯୋଗୋଦେଇଥିଲା ବେଳେ କାର୍ଯ୍ୟକ୍ରମରେ କାହୁ ରାଉତ ସଂଯଜନା କରିଥିଲେ । ଏହି ପ୍ରତିଯୋଗିତାରେ ୩୭ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଫେବୃୟାରୀ ମାସରେ ଏହାର ଫାଇନାଲ ଆୟୋଜନ କରାଯାଇ କୃତି ପ୍ରତିଯୋଗିତାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ଟୁଇଙ୍କଲ୍ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here