ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ

0
178

ବ୍ରହ୍ମପୁର,୨୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟର ସର୍ବବୃହତ୍ କଳାକାର ପ୍ରତିଷ୍ଠାନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ବ୍ରହ୍ମପୁର ମହାନଗର ନିଗମ ଉପକଣ୍ଠ ସ୍ଥିତ ଗୋଳନ୍ଥରା ବିଶ୍ଵକର୍ମା ମନ୍ଦିର ପରିସରରେ ବରିଷ୍ଠ ନୃତ୍ୟ ଗୁରୁ ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ଶ୍ୱେତ କୁମାର ରଥଙ୍କ ସଂଘ ଗୀତ ଗାନ ପରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ଡାକ୍ତର ତିରୁପତି ସାହୁ, ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା, ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟ କୃଷ୍ଣ ପଟ୍ଟନାୟକ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ମଞ୍ଚାସିନ ରହି ସଂଘର ଭବିଷ୍ୟ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କରୋନା ମହାମାରୀ ଜନିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କ୍ଷେତ୍ରରେ ଥିବା ସରକାରୀ କଟକଣା ହେତୁ କଳାକାର ସମାଜର ସଙ୍କଟାପନ୍ନ ସ୍ଥିତି ସମ୍ପର୍କ ନେଇ ଉଦବେଗ ପ୍ରକାଶ କରିବା ସହ ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଆମକୁ ମଞ୍ଚ ଫେରେଇ ଦେବା ନିମନ୍ତେ ସରକାରଙ୍କୁ ପ୍ରାର୍ଥନା କରାଯାଇଥିଲା । ଏଥିରେ ସର୍ବଶ୍ରୀ ଭଗବାନ ସାମଲ, ନୀଳମାଧବ ଜେନା, ଲକ୍ଷ୍ମୀ ନାରାୟଣ ସାମଲ, ଟି. ତାରିଣୀ ରାଓ, ବଳଦେବ ସାହୁ, ଗୀତା ସ୍ୱାଇଁ, କିଶୋର କପୁର, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ନାଟ୍ୟ ସଂଗଠକ ତଥା ସୁନାମଧନ୍ୟ କଳାକାର ପି. ଦାମୋଦର ରେଡ୍ଡୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here