ବ୍ରହ୍ମପୁର ପୋଲିସ ର ବଡ ସଫଳତା, ଦୁଇ ଦୁଇଟି ସୁନା ଦୋକାନ ଚୋରୀ ଘଟଣା ରେ ୨ ଅଭିଯୁକ୍ତ ଗିରଫ

0
257

ବ୍ରହ୍ମପୁର, ୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ସହର ରେ ଦୁଇଟି ଦୁଇଟି ସୁନା ଦୋକାନ ରୁ ହୋଇଥିବା ଚୋରୀ ଘଟଣା ର ଅଭିଯୁକ୍ତଙ୍କୁ ଧରିବାରେ ବ୍ରହ୍ମପୁର ପୋଲିସ ବଡ ସଫଳତା ହାସଲ ହୋଇଛି। ଗତ ଅକ୍ଟୋବର ମାସ ୩୦ ରେ ବିନୋଦ ଜୁଏଲରୀ ଦୋକାନ ରୁ ୧୪୦୦ ଗ୍ରାମ ସୁନା ଅଳଙ୍କାର ଚୋରୀ ହୋଇଥିବା ବେଳେ ଗତ ଡିସେମ୍ବର ୧୭ ତାରିଖରେ କେଶବ ଜୁଏଲରୀ ଦୋକାନ ରୁ ୪୨୪ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ୪୦ ହଜାର ଚୋରୀ ହୋଇଥିଲା।ଏନେଇ ବଡ ବଜାର ଥାନାରେ ଏତଲା ହୋଇଥିଲା। ବଡ ବଜାର ଥାନାରେ କେଶ ନଂ-୨୨୪/୨୦୨୦ ଏବଂ ୨୫୯/୨୦୨୦ ଦୁଇଟି ମାମଲା ରୁଜୁ ହୋଇ ବଡ ବଜାର ଥାନା ଅଧିକାରୀ ଙ୍କ ନେତୃତ୍ବ ରେ ତଦନ୍ତ ଆରମ୍ଭ ହୋଇଥିଲା। ଯାହାକି ସେମାନଙ୍କ ନିଷ୍ଠା ଯୋଗୁଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଛି। ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ ରାଜ୍ଯ ଲୋକେଶ ଶ୍ରୀବସ ଏବଂ ଲୋକେଶ ରାଓ।ସେମାନଙ୍କ ଠାରୁ ପୋଲିସ ୧୨ ଲକ୍ଷ ୭ ହଜାର ଟଙ୍କା,୧୬୮ ଗ୍ରାମ ସୁନା ଏବଂ ଛୋଟ ଲୁହା କଟିବା ଯନ୍ତ୍ର କଟର ଗୋଟିଏ ଜବତ କରିଛି। ଉଭୟେ ଛତିଶଗଡ଼ ରାଜ୍ଯ ଦୁର୍ଗ ଜେଲ ରେ ଗତ ମାର୍ଚ୍ଚ ମାସରେ ସାକ୍ଷାତ ହେଇଥିଲା। ସେଠାରୁ ହିଁ ବ୍ରହ୍ମପୁର ରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।ଦୁଇ ଅଭିଯୁକ୍ତଙ୍କୁ ଆଣିବା ପାଇଁ ବ୍ରହ୍ମପୁର ପୋଲିସ ଟିମ୍ ସେଠାରେ ଅଛନ୍ତି। ସେମାନଙ୍କୁ ଏଠାକୁ ଅଣାଯିବା ପରେ ମାନ୍ୟବର ଏସଡିଜେଏମ ଙ୍କ କୋର୍ଟରେ ହାଜର କରାଯିବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here