ଶେରଗଡ,୩୦/୧୨/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ଠୁରୁବୁରାଇଠାରେଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବେକାରୀ ଯୁବକ ଯୁବତୀ ମାନଙ୍କୁ କର୍ମ ଯୋଗାଣ ପାଇଁ ମନୋନୀତ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୭୮ଜଣ ଙ୍କ ନାମ ଦରଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮ଜଣ ଙ୍କୁ ପି ଆଇ ଏ ଓ ଗ୍ରାମ ତରଂଗ ପ୍ରମୁଖ ମନୋନୀତ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ଯକ୍ଷ ସାରସ ସ୍ୱାଇଁ ଓ ସରପଂଚ ସ୍ୱପ୍ନା ସେଠୀ ଏବଂ ବିଡିଓ ସୁରଞ୍ଜନ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।






