ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ସାପଙ୍ଗ ଗ୍ରାମରୁ ୧୦ ଫୁଟ ଲମ୍ୱର ଅହିରାଜ ସାପକୁ ଉଦ୍ଧାର

0
161

 

ବ୍ରହ୍ମପୁର,୧୨/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ପାତ୍ରପୁର ବ୍ଲକ ଅନ୍ତର୍ଗତ ସାପଙ୍ଗ ଗ୍ରାମରୁ ୧୦ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ବିରାଟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ସାମନ୍ତିଆପଲ୍ଲୀ ବନ ବିଭାଗକୁ ଜଣାଇଥିଲେ। ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ଫରେଷ୍ଟର ଅବିନାଶ ଚୌଧୁରୀ, ପରେଷ୍ଟ ଗାର୍ଡ ଜିତେନ୍ଦ୍ର ଦାସ, ରତନ ବେହେରା ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡା ଯାଇଛି।

LEAVE A REPLY

Please enter your comment!
Please enter your name here