ଶରଣ ଶ୍ରୀକ୍ଷେତ୍ରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ।

0
233

ପୋଲସରା, ୧୨/୦୧/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଜାନୁୟାରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ମହୋତ୍ସବ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଥିବା ଜଣାପଡିଛି। ପବିତ୍ର ଶରଣ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଅଭିନେତା ତଥା ସମାଜସେବୀ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୁରଥ ପ୍ରଧାନ, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ମଥୁରା ସରପଞ୍ଚ ପ୍ରଦୀପ କୁମାର ନାୟକ, ସମାଜସେବୀ ଅଶୋକ କୁମାର ନାୟକ, ସାମ୍ବାଦିକା କେ. ସୁମୀତାରାଣୀ ପାତ୍ର, ଓ ସମାଜସେବୀ କୃଷ୍ଣ ଚନ୍ଦ୍ର ଜେନା ଯୋଗଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥି ବୃନ୍ଦ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here