ଡ୍ରୋନ ନିର୍ମାଣ କରିବେ ବ୍ରହ୍ମପୁର ଆଇଟିଆଇ ଛାତ୍ର

0
149

ବ୍ରହ୍ମପୁର,୧୫/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଯାହା ଇଂଜିନିୟରିଂ ଛାତ୍ରଛାତ୍ରୀ କରୁଥିଲେ ତାକୁ ଏବେ ଆଇଟିଆଇ ଛାତ୍ରଛାତ୍ରୀ ନିର୍ମାଣ କରିବାକୁ ଯାଉଛନ୍ତି ।
ଯାହାକୁ ନେଇ ଏବେ କଳ୍ପନା ଆରମ୍ଭ ହୋଇଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜିନିଷ ତିଆରି କରି ଏମାନେ ଅନେକ ଉଦାହରଣ ସାଜିଛନ୍ତି । ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀମାନେ ଡ୍ରୋନ ନିର୍ମାଣ, ମରାମତି ଓ ପରିଚାଳନା କ୍ଷେତ୍ରରେ ତାଲିମ ନେବାକୁ ଯାଉଛନ୍ତି । ଏ ନେଇ ଆଜି ବ୍ରହ୍ମପୁର ଆଇଟିଆଇ ଏବଂ ଡ୍ରୋନ ପ୍ରସ୍ତୁତକାରୀ ସଂସ୍ଥା ଆଇଜି ଡ୍ରୋନସ ସହ ଚୁକ୍ତି ସ୍ବାକ୍ଷରତ ହୋଇଛି । ଏହି ଚୁକ୍ତି ଦ୍ୱାରା ଆଇ ଟି ଆଇ ପିଲାମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ ବୋଲି ରଜତ କୁମାର ପାଣିଗ୍ରାହୀ କହିଛନ୍ତି । ଆଧୁନିକ ଯୁଗରେ ଡ୍ରୋନ ର ଚାହିଦା ,ସ୍ମାର୍ଟ ସିଟି ମେମେଜମେଣ୍ଟ ,ଗ୍ୟାସ୍ ପାଇପ ଲାଇନ୍ ସର୍ବେ ,ଭଳି ବିଭିନ୍ନ କ୍ଷେତ୍ରରେ ଉପଯୋଗ ହେଉଛି ଡ୍ରୋନ । ତାହା ର ଚାହିଦା କୁ ଦୃଷ୍ଟି ରେ ରଖୀ ବ୍ରହ୍ମପୁର ଆଇ ଟି ଆଇ ବିଦ୍ୟାଥୀ ମାନେ ଡ୍ରୋନ ତିଆରି କରିପାରିବେ ଏବଂ ଦକ୍ଷତା ବିକାଶ ର ଏହା ଏକ ମାଇଲ ଖୁଣ୍ଟ ବୋଲି ମତ ପ୍ରକାଶ କରିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପାଣିଗ୍ରାହୀ । ଏହାକୁ ଶିଲାଵସରେ ମଧ୍ୟ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିବା ମଧ୍ୟ କହିଛନ୍ତି । ଏହା ଶିଳ୍ପ ତାଲିମ କେନ୍ଦ୍ରର ବିଦ୍ୟାର୍ଥୀ ମାନଙ୍କ ପାଇଁ ନୂଆ ସୁଯଗ ଆଣିବ । ନୂଆ ଜ୍ଞାନ କୌଶଳ ସହିତ ନୂଆ ଚିନ୍ତାରେ ପିଲା ଆଗକୁ ବଢ଼ିବେ । ଏଥିନିମନ୍ତେ ଉକ୍ତ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here